ଛତ୍ରପୁର ଅନସ୍ଲୋ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଅନସ୍ଲୋ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଇଓ ଅବିନାଶ ଶତପଥୀ, ସମ୍ମାନିତ ଅତିଥି ଭାବେ ଏସଏମସି ସଭାପତି ଦିଲ୍ଲିପ କୁମାର ସାମଲ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ନାୟକ ସଭାପତିତ୍ୱ କରିିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଶିକ୍ଷକ ଅରୁଣ କୁମାର ମାନସିଂ, ଚମାଖଣ୍ଡି ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ରମଣୀ ରଞ୍ଜନ ପଣ୍ଡା, ଛତ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷୟିତ୍ରୀ ସୁଜାତା ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଉତ୍ସବରେ ଅନୁଷ୍ଠାନର ଶିକ୍ଷକ ଜଗଦୀଶ ଚନ୍ଦ ପଲେଇ, ନମିତା ଦେ, ହାଡ଼ିବନ୍ଧୁ ଗଡ଼ନାୟକ, ଦେବସ୍ମିତା ମହାନ୍ତି, ବିଦ୍ୟାଧର ଦାଶ, ଅମୃତା ପାଣିଗ୍ରାହୀ, ବାଉରୀବନ୍ଧୁ ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଏସଏମସିର ସଦସ୍ୟ ଅମୂଲ୍ୟ କୁମାର ନାୟକ, ଲିଲୁ ମହାପାତ୍ର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଅନସ୍ଲୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡ଼ା ଶିକ୍ଷକ ଶ୍ରୀ ଅରୁଣ କୁମାର ମାନସିଂ, ରମଣୀ ରଞ୍ଜନ ପଣ୍ଡା, ସୁଜାତା ପାତ୍ର ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା