NEET ପରୀକ୍ଷା ଫଳ ପ୍ରକାଶ : ଓଡ଼ିଶାର ୨ ଟପର

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ସର୍ବଭାରତୀୟ ସ୍ତରୀୟ NEET ପରୀକ୍ଷା ଫଳ ଏବେ ଏବେ ପ୍ରକାଶ ପାଇଲା I ଏଥିରେ ୫0ଜଣ ଟପ ତାଲିକା ଭିତରେ ୨ ଜଣ ଓଡ଼ିଶାର ଅଛନ୍ତି I ୩୫ ନମ୍ବର ରେଙ୍କ ରେ ସୂର୍ଯ୍ୟ ପ୍ରତାପ ମିଶ୍ର ରହିଥିବା ବେଳେ ୮ମ ରେଙ୍କ ରେ ସ୍ୱୟଂ ଶକ୍ତି ତ୍ରିପାଠୀ ଅଛନ୍ତି I ଓଡିଶାରୁ ୫୫୮୬୬ ଜଣ ପରୀକ୍ଷା ଦେଇଥିଲେ ସେଥିରୁ ୨୮୩୩୦ଜଣ ପାସ କରିଛନ୍ତି Iମୋଟ ୭୨୦ରୁ ୭୨୦ ନମ୍ବର ରଖି ତାମିଲନାଡୁର ଜେ. ପ୍ରଭଞ୍ଜନ ଏବର୍ଷର ଟପ୍ପର ହୋଇଛନ୍ତି । ଆନ୍ଧ୍ର ପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ଯୁଗ୍ମ ଟପ୍ପର ହୋଇଛନ୍ତି । ୭୧୫ ରଖି ଅଷ୍ଟମ ସ୍ଥାନରେ ଓଡ଼ିଶାର ସ୍ବୟଂଶକ୍ତି ତ୍ରିପାଠୀ ଅଷ୍ଟମ ରେଙ୍କରେ ଉତ୍ତୀର୍ଣ ହୋଇଥିବା ବେଳେ ୭୧୦ ରଖି ୩୫ତମ ସ୍ଥାନରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ପାସ କରିଛନ୍ତି । ଓଡ଼ିଶାରୁ ପ୍ରାୟ ୫୭୦୯୨ ଜଣ ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବାବେଳେ ୫୫୮୬୬ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୮୩୩୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ରିପୋର୍ଟ : ପ୍ରଭାତ କୁମାର ବେହେରା