INDIA ପରିବର୍ତ୍ତେ ବିରୋଧୀ ମେଣ୍ଟର ନାଁ ‘ଭାରତ’ ହେବ ! ଭାରତର ଫୁଲଫାର୍ମ କ’ଣ ଦେଖନ୍ତୁ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ଏପଟେ ଲୋକଙ୍କୁ ଭଲ ରୂପେ ଗଣ୍ଡେ ଖାଇବାକୁ ମିଳୁ ନ ଥିବା ବେଳେ ନେତାମାନେ ଇଣ୍ଡିଆ ଓ ଭାରତ ନାମକୁ ନେଇ ବିବାଦ କରି ବସିଛନ୍ତି ପାର୍ଲିଆମେଣ୍ଟରେ I ଇଣ୍ଡିଆ ବନାମ ଭାରତ ନାଁକୁ ନେଇ ବିବାଦ ଚାଲିଥିବା ବେଳେ ଆଜି କଂଗ୍ରେସ ସାଂସଦ ଶଶି ଥରୁର ସରକାରଙ୍କୁ ସାଂଘାତିକ ଢଙ୍ଗରେ କଟାକ୍ଷ କରିଛନ୍ତି । ଏଥିସହ ୨୮ଟି ବିରୋଧୀ ଦଳ ମିଳିତ ଭାବେ ଗଠନ କରିଥିବା ମେଣ୍ଟର ନାଁକୁ ଇଣ୍ଡିଆ ବଦଳରେ ଭାରତ ରଖାଯାଉ ବୋଲି ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ସାଂସଦ ଥରୁର ଭାରତ ମେଣ୍ଟର ଫୂଲଫର୍ମ କ’ଣ ହେବ, ସେକଥା ମଧ୍ୟ କହିଛନ୍ତି । ସୋଶିଆଲ ମିଡିଆ ଏକ୍ସ(ପୂର୍ବରୁ ଟ୍ୱିଟର)ରେ ପୋଷ୍ଟ କରି ଶଶି ଥରୁର କହିଛନ୍ତି, “ଆମେ ସମସ୍ତେ ମିଳିତ ଭାବେ ନିଜକୁ ଆଲିଏନ୍ସ ଫର ବେଟରମେଣ୍ଟ, ହାରମୋନୀ ଆଣ୍ଡ ରେସପନ୍ସିବଲ ଆଡଭାନ୍ସମେଣ୍ଟ ଫର ବେଟର ଟୁମର(ଭାରତ) କହିପାରିବା। ଏହାଦ୍ୱାରା ଶାସକ ଦଳ ନାଁ ପରିବର୍ତ୍ତନର ଖରାପ ଖେଳ ସମ୍ଭବତଃ ବନ୍ଦ କରିଦେବ।” ଜି-୨୦ ଡିନର ପାର୍ଟି ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଛି। କେନ୍ଦ୍ର ସରକାର ଜାଣିଶୁଣି ଇଣ୍ଡିଆ ବଦଳରେ ଭାରତ ଶବ୍ଦର ବ୍ୟବହାର କରିଛନ୍ତି।ସମ୍ଭବତଃ କେନ୍ଦ୍ର ସରକାର ଇଣ୍ଡିଆ ବଦଳରେ ଦେଶର ନାଁ କେବଳ ଭାରତ ରଖିବାକୁ ଚାହୁଁଥିବା କଂଗ୍ରେସ ଅଭିଯୋଗ କରିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଶଶି ଥରୁର ବିରୋଧ ମେଣ୍ଟର ନାଁ ଭାରତ ରଖିବାକୁ ପରାମର୍ଶ ଦେଇଛନ୍ତି। କାରଣ ବିରୋଧୀଙ୍କ କହିବା କଥା ଯେ ସେମାନେ ମିଳିତ ଭେବେ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଏବେ ଦେଶର ନାଁ କେବଳ ଭାରତ କରିବାକୁ ଚାହୁଁଥିବା କଂଗ୍ରେସ କହିଛି।