50 ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ରାୟଗଡା ପୌର ପରିଷଦର କନିଷ୍ଟ ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା

ରାୟଗଡା(ତୁଷାର ରଞ୍ଜନ ସାହୁ): ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଟ ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା । ରାୟଗଡା ମ୍ୟୁନିସିପାଲିଟିରେ କନିଷ୍ଠ ଯନ୍ତ୍ରୀ ଭାବେ ରଶ୍ମିରଞ୍ଜନ ବେହେରା କାର୍ଯ୍ୟ କରିଆସୁଛନ୍ତି । ସ୍ଵଛ ଭାରତ ଅଭିଯାନର ପାଇଖାନା ନିର୍ମାଣ ପାଇଁ ଠିକାଦାରମାନେ ଠିକ ନେଇଥାନ୍ତି । ପାଇଖାନା ନିର୍ମାଣ ସରିଲେ ପୌର ପରିଷଦର ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ବିଲ ଦେଇଥାନ୍ତି । ବିଲ ବାବଦ ଅର୍ଥ ପାର୍ଟ ପାର୍ଟ କରି ଜେଇବାବୁ ଠିକାଦାରଙ୍କୁ ପୈଠ କରନ୍ତି ହେଲେ ଜେଇବାବୁ ଏହି ପାର୍ଟ ପାର୍ଟ ପେମେଣ୍ଟରେ ମୁନାଫା ଉଠାଇଥାନ୍ତି ।ଏହାକୁ କୁହାଯାଏ ଅଫିସରଙ୍କ ପିସି ।ତେବେ ଏଠାରେ ସମ୍ପୃକ୍ତ ଜେଇ ରନିଂ ବିଲ୍ କରି ପେମେଣ୍ଟ ଦେବାପାଇଁ କହି ଠିକାଦାର ଏମ୍ ଅଶୋକଙ୍କ ଠାରୁ 50 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସ ରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ଵେହେରାଙ୍କ ନେତୃତ୍ୱରେ 6 ଜଣିଆ ଟିମ୍ ପୌରପରିଷଦ କାର୍ଯ୍ୟାଳୟ ଉପରେ ଚଢ଼ଉ କରିଥିଲେ । ତେବେ ସଂପୃକ୍ତ ଜେଇ ସେହି ଟଙ୍କା କୁ ଗାଏବ କରିଦେଇଥିବାରୁ ଭିଜିଲାନ୍ସ ଖୋଳ ତାଡ଼ କରୁଛି। ଅନ୍ୟ ପକ୍ଷରେ ଭିଜିଲାନ୍ସ ତାଙ୍କର ସମସ୍ତ କାଗଜପତ୍ର ଜବତ କରି ଯାଞ୍ଚ୍ ଜାରି ରଖିଛି।