31 ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 4.9 ମିମି ହାରାହାରି ବୃଷ୍ଟିପାତ ହୋଇଛି | ମାଲକାନଗିରି, କେନ୍ଦୁଝର, କୋରାପୁଟ ଓ ଅନୁଗୋଳ ଜିଲ୍ଲାରେ ହାରାହାରି 10ମିମି ବୃଷ୍ଟିପାତ ହୋଇଛି | କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ସର୍ବାଧିକ 79.4 ମିମି ବର୍ଷା ହୋଇଛି |

ବୁଧବାର ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାରେ ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ଲାଗି ରହିଛି | ବର୍ଷା ଆସନ୍ତା ଶୁକ୍ରବାର ଯାଏଁ ଥିବା ବେଳେ ଅତିପ୍ରବଳ ବର୍ଷା ସମ୍ଭାବନା ନଥିବା ଏସଆରସିଙ୍କ ସୂତ୍ରରୁ ଜଣାପଡିଛି | ଗୁରୁବାର ଉତ୍ତରଓଡିଶା ଜିଲ୍ଲା ଗୁଡିକର ଅନେକ ସ୍ଥାନରେ ଏବଂ ଦକ୍ଷିଣ ଓଡିଶା ଜିଲ୍ଲାଗୁଡିକର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି | ଶୁକ୍ରବାର ମଧ୍ୟ ଉତ୍ତରଓଡିଶା ଜିଲ୍ଲା ଗୁଡିକର ଅନେକ ସ୍ଥାନରେ ଏବଂ ଦକ୍ଷିଣ ଓଡିଶା ଜିଲ୍ଲାଗୁଡିକର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ | ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି |