ୱାକର୍ସ କ୍ଲବର ସାଧାରଣ ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଧର୍ମନଗର ସ୍ଥିତ ରୋଟାରୀ କ୍ଳବ ପରିସରରେ ସଭାପତି ରାଜ କିଶୋର ସ୍ୱାଇଁଙ୍କ ଅଧିକ୍ଷତାରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଗଭର୍ଣ୍ଣର ୱାକର ହରିକୃଷ୍ଣ ମିଶ୍ର, ବକ୍ତା ଭାବେ ରବିନ୍ଦ୍ରନାଥ ଶତପଥି ମଞ୍ଚସ୍ଥ ରହିଥିଲେ । ସାଧାରଣ ସମ୍ପାଦକ ୱାକର ଭି.ଆର.କେ ଗୁପ୍ତ ସଂଯୋଜନା କରିଥିଲେ । ବିଶ୍ୱ ନିୟନ୍ତା ଜଗନ୍ନାଥଙ୍କ ଠାରେ ପ୍ରଦୀପ, ପୁଷ୍ପମାଳା ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ମାସରେ ଜନ୍ମିତ ସଭ୍ୟଙ୍କ ଦୀର୍ଘ ଜୀବନ କାମନା କରି ସମ୍ବର୍ଦ୍ଧନା ଜଣାଯାଇଥିଲା । ନୂତନ ସଭ୍ୟମାନଙ୍କୁ ଡା. ଇ.ଜୟନ୍ତୀ ରାଓ ଶପଥ ପାଠ କରାଇଥିଲେ । ଏହି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଡାକ୍ତର ନକୁଳ ସାହୁ ଉପସ୍ଥିତ ରହି ମଥୁ ଶର୍କରା ପାଇଁ ରକ୍ତ ପରୀକ୍ଷା, ବାତ, ରକ୍ତଚାପ ଆଦି ୪୮ ଜଣ ରୋଗୀଙ୍କ ଚିକିତ୍ସା କରିଥିଲେ । ଏହି ବୈଠକରେ ପି.ଆର.ଏନ ଚନ୍ଦ୍ର ମୌଲି, ଏ. ନାଗେଶ୍ୱର ପାତ୍ର, ଡା. ଜେ. ରାମା ରାଓ, କୋଷାଧ୍ୟକ୍ଷ କେ. ରାମରାଓ, ସିମାଞ୍ଚଳ ପାଣିଗ୍ରାହୀ, ନନ୍ଦିକେଶ୍ୱର ପାଠୀ, କମଳାକାନ୍ତ କାମ୍ପ, ଇଂ ରଞ୍ଜନ କୁମାର ପାତ୍ର, ଟି ବାସୁଦେବ ରାଓ ଆଦି ବହୁ ୱାକର ସହଯୋଗ କରିଥିଲେ । ଶେଷରେ ଜେ. ରାମଚନ୍ଦ୍ର ରାଓ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସଭାପତି ରାଜକିଶୋର ସ୍ୱାଇଁ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା