ୱାକର୍ଷ କ୍ଲବ ସିଲକ୍ ସିଟି ପକ୍ଷରୁ ବିଶ୍ଵ ନିକେତନ ଜରା ନିବାସରେ ଗ୍ରୋସରୀ ସାମଗ୍ରୀ ବଣ୍ଟନ..

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୱାକର୍ଷ କ୍ଲବ ସିଲକ୍ ସିଟି ପକ୍ଷରୁ ମହାନ୍ ସଙ୍ଘ ପରିଚାଳନା କରୁଥିବା ଗୋପାଳପୁର ଯିବା ରାସ୍ତାରେ ପଡୁଥିବା ରାମଚନ୍ଦ୍ରପୁର ଗ୍ରାମରେ ଚାଲିଥିବା ବିଶ୍ଵ ନିକେତନ ଜରା ନିବାସରେ ପ୍ରାୟ ୨୦୦୦୦ ଟଙ୍କାର ଚାଉଳ, ଡାଲି, ଅଟା ଆଦି ଖାଉଟି ସାମଗ୍ରୀ ବଣ୍ଟନ କରାଯାଇଥିଲା। କ୍ଲବ ସଭାନେତ୍ରୀ ପି କୁସୂମା, ସମ୍ପାଦିକା ପି ଏସ୍ କୁମାରୀ, କୋଷାଧ୍ୟକ୍ଷ। ଭି ରଜନୀ, ସଦସ୍ୟା ଭି ପଦ୍ମା, ଏସ ଗୌରୀ, କେ ସି ଏସ ଲକ୍ଷ୍ମୀଙ୍କ ସମେତ ୩୦ ରୁ ଅଧିକା ସଦସ୍ୟା ଯୋଗଦେଇଥିଲେ। ବିଶ୍ଵ ନିକେତନ ତଥା ମହାନ୍ ସଙ୍ଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଓ ୱାକର୍ଶ କ୍ଲବ ଗର୍ଭନାର ସିମାଞ୍ଚଲ ପାଣିଗ୍ରାହୀ କ୍ଲବ ସଦସ୍ୟା ମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା