୯୫ ବର୍ଷର ସମାଜସେବୀ ଓ ଆଧ୍ୟାତ୍ମିକବାଦି ଗୟାରାମ ଜେନାଙ୍କ ପରଲୋକ…

ଜଳେଶ୍ୱର ( ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ଜଣେ ଶ୍ରେଷ୍ଠ ଆଧ୍ୟାତ୍ମୀକବାଦୀ, ଗୀତାବିତ୍‌, ସମାଜସେବୀ, ପରପୋକାରୀ, ମିଷ୍ଠଭାଷୀ ଓ ସଂଗଠକ ଜଳେଶ୍ୱରପୁର ଗ୍ରାମର ଗୟାରାମ ଜେନାଙ୍କ ୯୫ବର୍ଷ ବୟସରେ ଦିନ ୩ଟାରେ ପରଲୋକ ହୋଇଛି । ଭୋଗରାଇ ଅଂଚଳରେ ସେ ଘରେ ଘରେ ପରିଚିତ ଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ବେଳେ ବାଗରୁଖୀ ଜଗଧାତ୍ରୀ ପୂଜାମଣ୍ଡପର ସଭାପତି ଓ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଆଜି ତାଙ୍କ ବିୟୋଗରେ ବିଭିନ୍ନ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜ୍ୟେଷ୍ଠପୁତ୍ର ନଟବର ଜେନା, ନନ୍ଦକିଶୋର ଜେନା, ଅଧ୍ୟାପକ ନିକୁଞ୍ଜବିହାରୀ ଜେନା, ନାତି ଡ. ସିଦ୍ଧାର୍ଥ ସ୍ୱରୂପ ଜେନା, ଶାସ୍ୱତ ସ୍ୱରୂପ ଜେନା, ଭଣଜା କେପ୍‌ଟେନ୍ ଅଶୋକ କୁମାର ଦାସ, ପରିବାରବର୍ଗ, ଆତ୍ମୀୟ ସ୍ୱଜନ ଓ ସେ ଅଂଚଳର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ନିଜ ଗ୍ରାମ ବାଗରୁଖୀସ୍ଥିତ ଶ୍ମଶାନରେ ଜ୍ୟେଷ୍ଠପୁତ୍ର ନଟବର ଜେନା ମୁଖାଗ୍ନି ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା