୯୦ ବର୍ଷୀୟ ଡାକ୍ତର ପି. ସି ସାହୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ୍ୟ ଟଙ୍କା ଦାନ କଲେ…

ଛତ୍ରପୁର (ସମୃଦ୍ଧ ଓଡିଶା) ୯୦ ବର୍ଷୀୟ ଡାକ୍ତର ପି. ସି. ସାହୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଲକ୍ଷ୍ୟ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ । ଡ଼ଃ ସାହୁ ମହାରାଜା କୃଷ୍ଣଚନ୍ଦ୍ର ମେଡିକେଲ କଲେଜରୁ ଅବସର ନେବା ପରେ ପରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ଜଡିତ ହୋଇ ସାଧାରଣ ଲୋକଙ୍କ ସେବାରେ ଲାଗି ପଡିଛନ୍ତି । ବିଶେଷ କରି ସେ ମା’ ତାରାତାରିଣୀ ଉନ୍ନୟନ ପରିଷଦକୁ ବିଭିନ୍ନ ସମୟରେ ପରାମର୍ଶ ଦେବା ସହ ବୃନ୍ଦାବନ ନାୟକ ସ୍ମୃତି ପରିଷଦର ଓ ଉତ୍କଳ ପରିଷଦର ପରାମର୍ଶଦାତା ଭାବେ ମଧ୍ୟ ଲୋକଙ୍କ ସେବା କରି ଆସୁଛନ୍ତି । ନବେ ବର୍ଷ ବୟସରେ ସେ ବିଶ୍ୱ ବିପର୍ଯ୍ୟକୁ ଆଖି ଆଗରେ ରଖି ରାଜ୍ୟର ହିତ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରିଥିବାରୁ ସମାଜସେବୀ ଓ ବୁଦ୍ଧିଜୀବୀ ମହଲ ତଥା ସମୃଦ୍ଧ ଓଡିଶା ପରିବାର ଓ ସମ୍ପାଦକ ସୁଧୀର କୁମାର ପଟ୍ଟନାୟକ, ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି । ସେ ତାଙ୍କର ଜନସେବା ଯୋଗୁଁ ସରକାରୀ ଚାକିରୀରେ ଥିବା ଠାରୁ ଆଜି ଯାଏଁ ଗଞ୍ଜାମ ଜିଲ୍ଲାରେ ଜଣେ ଜଣାଶୁଣା ଡାକ୍ତର ହିସାବରେ ପରିଚୟ ହୋଇ ଆସିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା