୯ମ ପଶ୍ଚିମବାର୍ଡ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୯ମ ପଶ୍ଚିମବାର୍ଡ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ଓ ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ ଉତ୍ସବ ଗତ ଶନିବାର ଦିନ ଉଦଯାପିତ ହୋଇଯାଇଛି । କମିଟି କାର୍ଯ୍ୟକାରୀ ସଭପତି ବ୍ରଜମୋହନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଜେଡି ନେତା ବଳରାମ ସାହୁ, ମୁଖ୍ୟବକ୍ତା ଭାବେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁନୀଲ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ରବୀନ୍ଦ୍ର ନାଥ ସେନାପତି ଓ ସୁଶାନ୍ତ କୁମାର ପ୍ରଧାନ, ସ୍ଥାୟୀ ସଭାପତି ରମେଶ ଚନ୍ଦ୍ର ପାତ୍ର, ସମାଜସେବୀ ଯଦୁନାଥ ପ୍ରଧାନ ଓ ସୁରେନ୍ଦ୍ର ପାଳ ପ୍ରମୁଖ ଯୋଗଦେଇ ମହୋତ୍ସବ ଦ୍ୱାରା ଭାଇଚାରା ସୃଷ୍ଟି ହେବା ସଂଗେ ସଂଗେ ଏ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ବୀକ୍ଷ କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଛି ବୋଲି ଖାଇଥିଲେ । ଏହି ମହୋତ୍ସବକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ଅକୁଣ୍ଠିତ ସାହାଯ୍ୟ ଓ ସଦିଚ୍ଛା ପାଇଁ ଉପସ୍ଥିତ ଜନତାଙ୍କୁ ବକ୍ତାମାନେ ଧନ୍ୟବାଦ ଦେଇଥିଲେ । ଶେଷରେ ଶିକ୍ଷକ ସୁକୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମଧ୍ୟରାତ୍ରି ପର୍ଯ୍ୟନ୍ତ ୩ ହଜାରରୁ ଉର୍ଦ୍ଧ ଦର୍ଶକ ଚଳଚିତ୍ର ନାୟିକା ଏଲିନାଙ୍କ ସଂଳାପକୁ ମନଭରି ଉପଭୋଗ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା