୯ଦିନ ଧରି ଚାଲିଥିବା ଜଳେଶ୍ୱର ମହୋତ୍ସବ ଉଦ୍‌ଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉତ୍ତର ଉପାନ୍ତ ଜଳେଶ୍ୱର ଠାରେ ଚାଲିଥିବା ଭାଷା ସାହିତ୍ୟର ସୁରକ୍ଷା, ପ୍ରତିଭା ଚୟନ, ଭାଇଚାରା, ସୀମା ସୁରକ୍ଷା, କୁଟୀର ଶିଳ୍ପର ପ୍ରସାର ଓ ସାମଗ୍ରୀକ ଜଳେଶ୍ୱରର ବିକାଶ ଲାଗି ଅନୁଷ୍ଠିତ ଜଳେଶ୍ୱର ମହୋତ୍ସବ ଉଦ୍‌ଯାପିତ ହୋଇଛି । ଆୟୋଜିତ ସଭାରେ ଆଇନ୍‌ଜିବୀ ସତ୍ୟସୁନ୍ଦର ଦାସ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟଶିବ ଦାସ ଯୋଗ ଦେଇ ସମ୍ପ୍ରତି ମଣିଷ ମଧ୍ୟରେ ଦେଖାଦେଇଥିବା ବନ୍ଧୁତ୍ୱ ଓ ବିକାଶର ସଂକଟ ବେଳେ ଜଳେଶ୍ୱର ମହୋତ୍ସବ ଉପାନ୍ତରେ ଏପରି ସଂକଟକୁ ଦୂରିଭୁତ କରିବାର ପ୍ରୟାସ କରୁଛି । ଅନ୍ୟମାନଙ୍କ ମଧ୍ୟରେ ଉତ୍ସବ କମିଟିର ସଭାପତି ଶିଶିର କୁମାର ହୁଇ, ସଂପାଦକ ଅଜିତ୍ କୁମାର ମହାନ୍ତି, ପ୍ରବୀର କୁମାର ପ୍ରଧାନ, ଜିତାଂଶୁ ନନ୍ଦି, ନିତ୍ୟଗୋପାଳ ଦାସ, ଦିଲ୍ଲିପ ଗିରି, ନବେନ୍ଦୁ ପ୍ରଧାନ, ଗୋପାଳ ସାହୁ, ମଧୁସୂଦନ ଦତ୍ତ, ସୁଶାନ୍ତ କୁମାର ଦାସ, ଗୋବିନ୍ଦ ସାହୁ, ଲେଲିନ୍ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜଳେଶ୍ୱର ଦର୍ପଣକୁ ମୁଖ୍ୟ ଅତିଥି ଶ୍ରୀ ଦାସ ଲୋକାର୍ପିତ କରିଥିଲେ । ଲେଲିନ୍ କୁମାର ପ୍ରଧାନ ମଂଚ ଆହ୍ୱାନ, ଶିଶିର କୁମାର ହୁଇ ପ୍ରାରମ୍ଭିକ ଅଭିଭାଷଣ ଓ ଅଜିତ୍ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଣି ଚିକିତ୍ସକ ରଂଜନ କୁମାର ଦାସ, ଗୌତମ ପ୍ରଧାନ ଓ କେଦାର ଗିରିଙ୍କ ସହିତ ୧୯ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂନାବୋହୂ କାର୍ଯ୍ୟକ୍ରମରେ ସର୍ମିଷ୍ଟ ଓଝା, ସଂଯୁକ୍ତା ନନ୍ଦି, ମୋନାଲିସା ପତି ଯଥାକ୍ରମେ କୃତିତ୍ୱ ଅର୍ଜନ କରିଥିବାରୁ ଚନ୍ଦନେଶ୍ୱର ଜୁୟୋଲାର ମୁଖ୍ୟ ସୁଧିର କାମିଳା ସେମାନଙ୍କୁ ଅଳଙ୍କାର ପ୍ରଦାନ କରିଥିଲେ । ୮ମ ସନ୍ଧ୍ୟାରେ ଦିଲ୍ଲିପ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୂଳପତି ଡ. କୁମରବର ଦାସ, ମୁଖ୍ୟବକ୍ତା ଭାବେ ପର୍ବଆରୋହଣ ଓ ବିଶ୍ୱତାପାୟାନର ଗବେଷକ ଡ. ପ୍ରଶନ୍ନ କୁମାର ମିଶ୍ର, ସମ୍ମାନୀତ ଅତିଥିଭାବେ ଓଷ୍ଟାର ନେତା ମନୋରଂଜନ ଦାସ, ଶିକ୍ଷକ ନେତା ସୁକୁମାର ମିଶ୍ର, ରାମନାରାୟଣ ଦାସ ବକ୍ତବ୍ୟ ରଖିଥିଲେ । ସପ୍ତମ ସଂଧ୍ୟାରେ ମୁଖ୍ୟବକ୍ତା ଭାବେ ଗୌତମ ବୁଦ୍ଧ ଦାସ, ମୁଖ୍ୟ ଅତିଥି ଭାବେ ଓଷ୍ଟାର ପୂର୍ବତନ ରାଜ୍ୟ ସଭାପତି ଇନ୍ଦୁମାଧବ ମହାନ୍ତି, ସମ୍ମାନୀତ ଅତିଥି ଭାବେ ଓଷ୍ଟାର ନେତା ଅକ୍ଷୟ କୁମାର ମିଶ୍ର ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା