୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଛତ୍ରପୁର ପୋଲିସ ପଡିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ଯୋଗଦେଇ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ବାର୍ତା ପଠନ କରିଥିଲେ । ନିଃସ୍ୱାର୍ଥପର କାମ କରିବା ସହ ଲୋକମାନଙ୍କ ଆସ୍ଥା ଭାଜନ ଭଲି କାର୍ଯ୍ୟ କରିବାକୁ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ କହିଥିଲେ । ୧୯୩୬ ମସିହା ଠାରୁ ଏହି ଦିବସ ପାଳିତ ହୋଇ ଆସୁଛି । ଗଣତନ୍ତ୍ର ରାଷ୍ଟ୍ରରେ ପୋଲିସର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ପୋଲିସ ଏହାର କର୍ତ୍ତବ୍ୟକୁ ବଜାୟ ରଖିବାକୁ ପଡିବ ବୋଲି ଅଭିବାଦନରେ କହିଥିଲେ । ଏହାସହ ପୋଲିସ କର୍ମଚାରୀ ମାନେ କରୋନା ମହାମାରୀ ସମୟରେ କାର୍ଯ୍ୟରେ ନିୟୋଜିତ ହୋଇ କରୋନାରେ ଆକ୍ରାନ୍ତ ହେବା ସହ କିଛି ପୋଲିସ କର୍ମଚାରୀ ମଧ୍ୟ ମୃତ୍ୟୁବରଣ କରିଥିଲେ । ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର ପୋଲିସର କଣ କଣ କର୍ତ୍ତବ୍ୟ ଗୁଡିକ ରହିଛି ସେହିସବୁକୁ ପଠନ କରିଥିଲେ । କରୋନା ସମୟରେ ଆକ୍ରାନ୍ତ ହୋଇ ପରବର୍ତ୍ତୀ ସମୟରେ ପ୍ଲାଜମା ଦାନ କରିଥିବା ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, କନେଷ୍ଟବଲ ଅମିତ କୁମାର ବିଶ୍ୱାଳ, ରାମଚନ୍ଦ୍ର ସାହୁ, ସନାତନ ମଲ୍ଲିକ, ଓଏପିଏଫ ମାନୁଆଲ ବଡରିତା, ସିଏସଏସଆଇ କୁମୁଦ ସେଠୀଙ୍କ ଗଞ୍ଜାମ ଏସପି ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଉତମକାର୍ଯ୍ୟ କରିଥିବା ୫ ତାରାସିଂହ ଏସଆଇ ସବ୍ୟସାଚ୍ଚୀ ମଲ, ବୁଗୁଡା ଏଏସଆଇ ଅମିୟ କାନ୍ତ ପାଢୀ, ହାବିଲଦାର ଅଜିତ କୁମାର ପାତ୍ର, କନେଷ୍ଟବଳ ସୋମନାଥ ବେହେରା ଓ ବିପଦ ପରିଛାଙ୍କୁ ଏସ୍ପି ଶ୍ରୀ ରାଏ ସମ୍ମାନୀତ କରିଥିଲେ । ଆସିଷ୍ଟାଂଟ କମାଡ଼ମେଣ୍ଟ ମାନସ ରଞ୍ଜନ ମହାନ୍ତି ଓ ସର୍ଜେଂଟ ସଞ୍ଜୟ କୁମାର ବାରିକ ତତ୍ୱାବଧାନରେ ପ୍ୟାରେଡ୍ ପରିଚାଳନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ ମଲ୍ଲିକ, ଅଶୋକ ମହାନ୍ତି, ଡିଏସପି ଅଜୟ କୁମାର ମିଶ୍ର, ସାମୁୟଲ ପ୍ରଧାନ, କନେଷ୍ଟବଳ ଓ ହାବିଲଦାର ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ, ସଂପାଦକ ବ୍ରଜ ମୋହନ ଜେନା, ଉପସଭାପତି ସୁଦର୍ଶନ ଜେନା, କୋଷାଧ୍ୟକ୍ଷ ହାଡୁବନ୍ଧୁ ବେହେରା, ଏ.ରାବନା ରାଓ, ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଅଧିକାରୀ ସମିଷ୍ଠା ପ୍ରଧାନଙ୍କ ସମତେ ସମସ୍ତ ପୋଲିସ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।