୬୬ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଘୁମୁସର ବନଖଣ୍ଡ ସ୍ତରୀୟ ୬୬ ତମ ବନ୍ୟପ୍ରାଣୀ ସପ୍ତାହ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଏସିଏଫ ଶଙ୍କର୍ଷଣ ବେହେରା ଓ ପ୍ରଭାକର ନାୟକ ଏବଂ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଯୋଗ ଦେଇଥିଲେ । ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ୬୬ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା, ଆସିକା ଓ ସୋରଡ଼ା ବନାଞ୍ଚଳ ଅଧିକାରୀ, ସମସ୍ତ ବନପାଳ, ବନରକ୍ଷୀ, ପାରାଫରେଷ୍ଟର, ବନ୍ୟ ସଂରକ୍ଷଣ ସମିତି ସଦସ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଡ଼ିଏଫଓ ଶ୍ରୀ ବେହୁରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେଯେ ଜଙ୍ଗଲ ହେଉଛି ବନ୍ୟପ୍ରାଣୀଙ୍କ ବାସସ୍ଥାନ । ସେମାନଙ୍କ ବାସସ୍ଥାନ ସୁରକ୍ଷିତ ରହିଲେ ସେମାନେ ମଧ୍ୟ ସୁରକ୍ଷିତ ରହିବେ । ସେଥିପାଇଁ ସମସ୍ତ ବ୍ୟକ୍ତି ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଆନ୍ତରିକ ଉଦ୍ୟମ କଲେ ପରିବେଶ ସୁରକ୍ଷିତ ରହିବା ସହ ଆମ ମାନବ ସମାଜ ମଧ୍ୟ ଉପକୃତ ହୋଇପାରିବ । ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତେ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା କରିବାକୁ ଶପଥ ପାଠ କରିଥିଲେ । ଅପରାହ୍ନରେ ବୁଦ୍ଧଖୋଲ ଇକୋ ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା