୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଆଞ୍ଚଳିକ ମୁଖୟ ବନ ସଂରକ୍ଷକଙ୍କ କାର୍ଯ୍ଯାଳୟ ପରିସରରେ ଜିଲ୍ଲାସ୍ତରୀୟ ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରବେଶ ବିଭାଗ ପକ୍ଷରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ଜଙ୍ଗଲକୁ ସୁରକ୍ଷା ଯୋଗାଇଦେଉଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ଗୁଡିକୁ ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ଏବଂ ସବ-ଡିଭିଜିନାଲ ୱାଇଲ୍ଡ ଲାଇଫ କନ୍ଜରଭେସନ ସମ୍ମାନରେ ସମ୍ମାନୀତ କରାଯାଇଛି । ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଜଙ୍ଗଲ ସୁରକ୍ଷା ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଆହ୍ବାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଆଞ୍ଚଳିତ ମୁଖ୍ୟ ବନ୍ୟ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରୀ, ଅବସରପ୍ରାପ୍ତ ଏସିଏଫ ତ୍ରୀନାଥ ପଟ୍ଟନାୟକ, ଏସିଏଫ ଅଶୋକ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ସବ ଡିଭିଜିନାଲ ୱାଇଲ୍ଡ ଲାଇଫ କନ୍ଜରଭେସନ ସମ୍ମାନରେ ସ୍ନେକ ହେଲ୍ପଲାଇନ ସଦସ୍ୟ ତଥା ସାମ୍ବାଦିକ ସ୍ବାଧୀନ କୁମାର ସାହୁ, ମହେଶ୍ବର ବରାଳ ଓ ଦିଲ୍ଲୀପ କୁମାର ସାହୁ ସମ୍ମାନୀତ ହୋଇଥିବାବେଳେ ପ୍ରକୃତି ମିତ୍ର ସମ୍ମାନରେ ବାଲାଜୀ ବିଦ୍ୟା ପୀଠ କନିଷି, ସାଇ ଗୁରକୁଳ ଆବାସିକ ବିଦ୍ୟାଳୟ, ଭଞ୍ଜନଗର, ଅନସ୍ଲୋ ହାଇସ୍କୁଲ ଛତ୍ରପୁର, ବାଳିକା ଉଚ୍ଚ ବିଦ୍ୟାଳୟ ହିଞ୍ଜିଳିକାଟୁ ସମେତ ୧୨ଟି ଅନୁଷ୍ଠଆନକୁ ସମ୍ମାନୀତ କରାଯାଇଛି । ସେହିପରି ପ୍ରକୃତି ବନ୍ଧୁ ସମ୍ମାନରେ ଡ. ରାମ କୃଷ୍ଣ ସାହୁ, ଗୀତାଞ୍ଜଳୀ ତ୍ରିପାଠୀ, ଖଦାଳ ନାୟକଙ୍କ ସମେତ ୧୧ ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ବନପାଳ, ବନରକ୍ଷୀ ଓ ପରିବେଶ ପ୍ରେମୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା