୬୧ତମ ପୋଲିସ ସହିଦ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୬୧ତମ ପାଲିସ ସହିଦ ଦିବସ ବ୍ରହ୍ମପୁର ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ଜିଲ୍ଲା ପୋଲିସ ବାହିନୀ ଦ୍ୱାରା ଅନୁଷ୍ଠିତ ପ୍ୟାରେଡରେ ଦକ୍ଷିଣାଞ୍ଚଳ ଆରକ୍ଷୀ, ଉପ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ସହିଦମାନଙ୍କ ନାମ ପାଠ କରିଥିଲେ । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହିଦମାନଙ୍କ ସ୍ମୃତିଚାରଣ କରି ସହିଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଥିଲା । କରୋନା ଯୋଦ୍ଧା ରୂପେ କରୋନା ମୁକାବିଲା ପାଇଁ ଲଢେଇ କରି ଜୀବନ ହାରିଥିବା ପୋଲିସ ବିଭାଗର ଆରକ୍ଷୀ ଓ ଅଧିକାରୀମାନଙ୍କୁ ସହିଦ ରୂପେ ଘୋଷଣା କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା