୬୦ନଂ ଜାତୀୟ ରାଜପଥ ଚାଲନ୍ତିଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସୋମବାର ଅପରାହ୍ନ ୧ ଘଟିକା ସମୟରେ ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟ ୬୦ନଂ ଜାତୀୟ ରାଜପଥ ଚାଲନ୍ତି ବାଇପାସ୍‌ଠାରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ପଶ୍ଚିମବଂଗର ବର୍ଦ୍ଧମାନ (ଡାର୍ଜିଲିଂ)ଅଂଚଳରୁ ଆସିଥିବା ଡବ୍ଲୁବି୪୦ଏଏ-୮୮୯୧ ଏକ ହୋଣ୍ଡା ସିଟି କାର୍ ଭାରସାମ୍ୟ ହରାଇ ଜାତୀୟ ରାଜପଥର ୩୦ଫୁଟ ତଳକୁ ଖସିପଡିଥିଲା । ଘଟଣାସ୍ଥଳରେ କାର୍‌ଚାଳକ ତପନ ମଣ୍ଡଳ (୩୫)ର ମ୍ୟୃତୁ ଘଟିଥିବା ବେଳେ ତାର ସମ୍ପର୍କୀୟ ଅମାଲ ମଣ୍ଡଳ (୩୨)କୁ ମୁର୍ମୁଷୁ ଅବସ୍ଥାରେ ବାଲେଶ୍ୱର ମୁଖ୍ୟଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି ।