୬୦ନଂ ଜାତୀୟ ରାଜପଥରୁ ନାବାଳିକା ଉଦ୍ଧାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ୬୦ନଂ ଜାତୀୟ ରାଜପଥର ନନ୍ଦିକା ବାଇପାସ୍ ନିକଟରେ ଏକ ୧୩ ବର୍ଷର ନାବାଳିକା ସଂଧ୍ୟାପରେ ଛିଡା ହୋଇ ଅସ୍ତବ୍ୟସ୍ତ ହେଉଥିବାର ଦେଖିବାକୁ ମିଳିଥିଲା । କେତେକ ବ୍ୟକ୍ତି ନନ୍ଦିକା ନିକଟ ଜାତୀୟ ରାଜପଥରେ ଏକାକୀ ଛିଡା ହୋଇଥିବାର ଦେଖି ନାବାଳିକାର ପରିଚୟ ପଥାଚାରୀମାନେ ପଚାରିଥିଲେ ମଧ୍ୟ ସେ କୌଣସି କଥା ମୁଁହ ଖୋଲିନଥିଲା । ପ୍ରବଳ ବର୍ଷା ଓ ପବନ ହେଉଥିବାରୁ ନାବାଳିକାଟି ଅସହାୟ ଅବସ୍ଥାରେ ଥରୁଥିବାର ଦେଖିବାକୁ ମିଳିଥିଲା । ଶେଷରେ ସ୍ଥାନୀୟ ଜନୈକ ବ୍ୟକ୍ତି ଏ ସଂପର୍କରେ ତାକୁ ଅଟକ ରଖି କେତେକ ସାମ୍ବାଦିକ ଓ ସମାଜସେବୀଙ୍କ ସହାୟତାରେ ପୁଲିସ୍କୁ ଖବର ଦେଇଥିଲା । ଶେଷରେ ଜଳେଶ୍ୱର ଥାନା ଏସ୍ଆଇ ଭାସ୍କର ଚନ୍ଦ୍ର ପାତ୍ର ଘଟଣା ସ୍ଥାନରେ ପହଞ୍ଚି ତାର ନିଜ ଗାଁ ବର୍ତ୍ତନାକୁ ନେଇ ପିତାଙ୍କ ନିକଟରେ ଜିମା ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା