୫-ଟି (ପଞ୍ଚସୂତ୍ରୀ ଯୋଜନା)…

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓଡିଶାକୁ ଏକ
ଅବଦାନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ !
ମନର କଥାକୁ କହିବା ପୂର୍ବରୁ କାର୍ଯ୍ୟରେ
ଲଗାଇବା ଭଳି ଏକ ବାସ୍ତବ ପରିକଳ୍ପନା !
କି’ନ୍ତୁ ତାହାର ସଦୁପଯୋଗ ଆବଶ୍ୟକତା ଅନୁଭବ
ଏକ ଗର୍ହିତ୍ତ ବିଷୟ ଯାହା ସେ ବିଚାରକୁ ନିଅନ୍ତୁ !!

Team work, Technology, Transparency, Transformation and Time limit.

ଓଡିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-ଟି ଯୋଜନା ଅନ୍ତର୍ଗତ ପାଞ୍ଚୋଟି ବିଷୟ ଆଧାରିତ ଯେଉଁସବୁ ଭବିଷ୍ୟ ଦ୍ରଷ୍ଟା ଯୋଜନା ରହିଛି ସେଗୁଡିକୁ ଉପଯୁକ୍ତ ପଥରେ ପରିଚାଳିତ କରାଗଲେ ହୁଏତ କିଛି ସାମାଜିକ ପରିବର୍ତ୍ତନ ସମ୍ଭବ ହୋଇପାରେ । କି’ନ୍ତୁ ସମ୍ପୃକ୍ତ ବିଭାଗ ସେଗୁଡିକ ପ୍ରତି ସମ୍ପୂର୍ଣ୍ଣ ସଚେତନ ରହିବା ସହିତ ସେହି ଯୋଜନା ଗୁଡିକର ପ୍ରକୃତ ଲକ୍ଷ ସାଧନ ଦିଗରେ ଚେଷ୍ଟିତ ହେଲେ କିଛି ଆଖି ଦୃଷ୍ଟିଆ ସାମାଜିକ ପରିବର୍ତ୍ତନ ଆଶା କରାଯାଇ ପାରିବ । ପାଞ୍ଚୋଟି ଯୋଜନାକୁ କେମିତି ବ୍ୟବହାର କରାଗଲେ ତାହାର ଲକ୍ଷ ସାଧନ ହୋଇପାରିବ ବିଚାରକୁ ନେଇ ଦେଖିବା ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ମହଲରୁ ସହଯୋଗ କରାଗଲେ ସମୃଦ୍ଧ ଓଡିଶା ଗଠନ କରିବାରେ ଆମେ ସମର୍ଥ ହୋଇପାରିବା ବୋଲି ଆମ ବିଚାର । ସରକାରୀ କଳର ସମସ୍ତ ଉଚ୍ଚାସିନ ସଦସ୍ୟ ନିଜ ନିଜ ବିଭାଗ ଗୁଡିକରେ ରହିଥିବା ଅଭାବନିୟତା ଗୁଡିକ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ସ୍ୱତଃପ୍ରବୃତ ଭାବେ ସେଗୁଡିକର ସଂଶୋଧନ ପାଇଁ ଅନୁମୋଦନ ଗ୍ରହଣ କଲେ ବିଭିନ୍ନ ବିଭାଗରେ ରହିଥିବା ଅଭାବନିୟତା ଗୁଡିକ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ପରିମାର୍ଜିତ ହୋଇ ନୂତନ ଓଡିଶା ଗଠନ ହେବା ଦିଗରେ ସହାୟକ ହୋଇପାରିବ । କି’ନ୍ତୁ କେବଳ ୫-ଟି ବିଭାଗ ନିଜେ ଅନୁଧ୍ୟାନ, ଅନୁସନ୍ଧାନ କରି ସଂସ୍କାର କରିବା ପାଇଁ ଚେଷ୍ଟା କରିବା ଦ୍ୱାରା ହୁଏତ ସଫଳତା ଅନେକ ଦୂର ହୋଇପାରେ । ବିଭିନ୍ନ ବିଭାଗରେ ରହିଥିବା ଅପରିମାର୍ଜିତ ତଥା କଳୁଷିତ ନିୟମ ଗୁଡିକର ପୁନଃ ସଂସ୍କାର ପାଇଁ ସମ୍ପୃକ୍ତ ବିଭାଗୀୟ ମୁଖ୍ୟ ମାନେ ତତ୍ପରତା ପ୍ରଦର୍ଶନ କରି ଏହି ୫-ଟି ବିଭାଗର ଦୃଷ୍ଟି ଆକର୍ଷଣ କରିବା ବାଞ୍ଚନୀୟ । ତାହେଲେ ହୁଏତ କେତେକ କ୍ଷେତ୍ରରେ ସଂସ୍କାର ଆସିପାରେ । ନତୁବା ୫-ଟି କେବଳ ଏକ ପୋଥିଗତ ବିଦ୍ୟା ଭଳି ରହିବା ଛଡା ଏହାର ସଫଳତା ଅତ୍ୟନ୍ତ କ୍ଷୀଣ ହୋଇପାରେ । ଏହା ସହିତ ସାମାଜିକ କ୍ଷେତ୍ରରୁ ଆସୁଥିବା ଅଭିଯୋଗ ତଥା ଉପଦେଶାତ୍ମକ ପତ୍ର ଗୁଡିକୁ ଏହି ବିଭାଗ ଯତ୍ନର ସହିତ କାର୍ଯ୍ୟକ୍ଷମ କରିବା ବିଧେୟ । ବର୍ତ୍ତମାନ କେତେକ ଦୁର୍ବଳ ନିୟମ ତଥା ସେଗୁଡିକର ପରିବର୍ତ୍ତନର ଆବଶ୍ୟକତା ଉପରେ ବିଚାର କରି ୫-ଟି ବିଭାଗର ଦୃଷ୍ଟି ଆକର୍ଷଣ ପୂର୍ବକ ତୁରନ୍ତ ପଦକ୍ଷେପ ପାଇଁ ଅନୁରୋଧ କରାଯିବା ବିଷୟ ଗୁଡିକ ଏହାଯେ…..
Team work- GK ଏକ ମାନବୀୟ ବିଚାରଧାରାରୁ ନିର୍ଗତ ମତାମତ ଏହାକି- ତଳୁ ଉପର ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିବାବେଳେ ସାମ୍ବିଧାନିକ ନିୟମ ଅନୁଯାୟୀ ନିମ୍ନସ୍ଥ କର୍ମଚାରୀଙ୍କ ଉପରେ ଉପରିସ୍ଥ କର୍ମଚାରୀଙ୍କ କିଛି କର୍ତ୍ତୃତ୍ୱ ରହିଥାଏ । କି’ନ୍ତୁ ଉପରିସ୍ଥ ଅଧିକାରୀ ନିମ୍ନସ୍ଥ ଅଧିକାରୀଙ୍କୁ ନିଜର ତଳିଆ ମଣିଷ ଭାବେ ବିଚାର କରି ଦମନ କରିବା କୌଣସି ମତେ ମାନବିକ କିମ୍ବା ସାମ୍ବିଧାନିକ ବିଚାର ନୁହେଁ । ସମସ୍ତେ ସମନ୍ୱୟ ରକ୍ଷା କରି ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କଲେ ଗ୍ଧରବଜ୍ଞ ଙ୍ଗକ୍ଟକ୍ସଳ ସଫଳ ହୋଇ ପାରିବ । ତେଣୁ ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଭ୍ରାତୃଭାବ ସୃଷ୍ଟି କରି ଆଗ୍ରହର ସହିତ ସରକାରୀ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇବା ବାଞ୍ଚନୀୟ । ତାହେଲେ କେବଳ ଗ୍ଧରବଜ୍ଞ ଙ୍ଗକ୍ଟକ୍ସଳ ସଫଳ ରୂପାୟନ ହେବ । ନତୁବା ସେହି ବ୍ରିଟିଶ ଶାସନ ଭଳି ଉଚ୍ଚସ୍ଥ କର୍ମଚାରୀଙ୍କ ନିମ୍ନସ୍ଥ କର୍ମଚାରୀଙ୍କ ଉପରେ ପ୍ରକୋପ ଜାରି ରହିଲେ ଗ୍ଧରବଜ୍ଞ ଙ୍ଗକ୍ଟକ୍ସଳ ଦେଖାଣିଆ ଭାବେ ଚାଲିଲେ ମଧ୍ୟ ନିଶ୍ଚିତ ସଫଳ ହେବା ସମ୍ଭାବନା କ୍ଷୀଣ । ତେଣୁ ସମସ୍ତ କର୍ମଚାରୀଙ୍କୁ ଉପଯୁକ୍ତ ତାଲିମ ଦିଆଯାଇ ସେମାନଙ୍କ ମଧ୍ୟରେ ଆନନ୍ଦିତ ବାତାବରଣ ସୃଷ୍ଟି କରି କାର୍ଯ୍ୟ ହାସଲ କରାଯିବା ଲକ୍ଷ ରଖନ୍ତୁ ସରକାର ।
Technology – ଅଦ୍ୟାବଧି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଯାହାସବୁ ନୂତନ ଞରମଷଦ୍ଭକ୍ଟକ୍ଷକ୍ଟଶଚ୍ଚ ବ୍ୟବହାର ହେଉଛି କିମ୍ବା ତ୍ୱରାନ୍ୱିତ ଅବସ୍ଥାରେ ରହିଛି ତାହା ନିଶ୍ଚିତ ଭାବେ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ । ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ଯେଉଁସବୁ ପୁରୁଣା କର୍ମଚାରୀ ଆଜିର ଏହି ଅତ୍ୟାଧୁନିକ କୌଶଳ ବ୍ୟବହାର କରିବାରେ ଅକ୍ଷମ ରହୁଛନ୍ତି, ସେମାନେ କୌଣସି ମତେ ଅନ୍ୟ କାହାପାଖରେ ବୁଝି ସୁଝି କିଛି କିଛି କାର୍ଯ୍ୟ ତୁଲାଉଛନ୍ତି । କି’ନ୍ତୁ ଆଜିର ନୂତନ ପିଢ଼ି ସେହି ଅତ୍ୟାଧୁନିକ କୌଶଳ ଗୁଡିକ ଉପରେ ପାରଙ୍ଗମ ରହିଥବା ହେତୁ କେତେକ କାର୍ଯ୍ୟ ସୁରୁଖୁରୁରେ ହୋଇ ପାରୁଛି । ଅଧିକନ୍ତୁ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରିଥିବା କାରିଗରୀ ସହାୟକ ମାନେ ସାଧାରଣ କ୍ଷେତ୍ର ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିୟୋଜିତ ଅଜ୍ଞ କର୍ମଚାରୀଙ୍କୁ ସହାୟତା ଯାଗାଇଦେବା ସହିତ କାହାର କୌଣସି ଅସୁବିଧା ହେଲେ ସେମାନେ ସହଯୋଗ କରି କାର୍ଯ୍ୟ ସମ୍ପନ୍ନ କରିବା ଲକ୍ଷ ରଖିଛନ୍ତି । ସେହି ଯାନ୍ତ୍ରିକ କୌଶଳ ପାରଙ୍ଗମ ବ୍ୟକ୍ତି ଗୁଡିକ ବାସ୍ତବିକ ସବୁ ସରକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ସହିତ ଉପଯୁକ୍ତ ଆଦାନ ପ୍ରଦାନ କରୁଛନ୍ତି କି ନାହିଁ ସମୀକ୍ଷା କରାଯିବା ନିତାନ୍ତ ବିଧେୟ । ଅନେକ କ୍ଷେତ୍ରରେ ସେହି ନିୟୋଜିତ technician ରାଜ୍ୟର ସରକାରୀ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଜ୍ଞାନ ପ୍ରଦାନ ନକରି କିଛି ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରୁଥାଇ ପାରନ୍ତି । ତେଣୁ କାର୍ଯ୍ୟାଳୟ ଗୁଡିକର କାର୍ଯ୍ୟରେ ଶୀଥିଳତା ରହୁଥିବା ଅନୁମାନ କରିହେଉଛି । ତେଣୁ ସରକାର ସମସ୍ତ ଗ୍ଧରମଷଦ୍ଭସମବକ୍ଷ ରଙ୍ଘକ୍ଟ୍ରରକ୍ସଗ୍ଧ ମାନଙ୍କୁ ମଧ୍ୟ ଉପଯୁକ୍ତ ତାଲିମ ଦେବା ତଥା ସେମାନଙ୍କ କାର୍ଯ୍ୟରେ ସ୍ୱଚ୍ଛତା ପ୍ରତି ସଜାଗ ରହିବା ଅତ୍ୟନ୍ତ ଆବଶ୍ୟକ । ତାହେଲେ ହୁଏତ ଆମେ ଅତି ଶୀଘ୍ର ଆଗକୁ ବଢି ପାରିବା । ଅନ୍ୟଥା ସ୍ୱପ୍ନ ସାକାର ହେବା ବହୁତ ଦୂର ହୋଇ ପାରେ ।
Transparency – ରାଜ୍ୟ ସରକାରୀ କାର୍ଯ୍ୟାଳୟ ଗୁଡିକର କାର୍ଯ୍ୟ କଳାପ ସ୍ୱଚ୍ଛ ରହିବା ସହିତ ଜନଅଭିଯୋଗ ପ୍ରତି ବିଭାଗୀୟ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀ ତଥା ରାଜ୍ୟ ସରକାର ଅତ୍ୟନ୍ତ ସ୍ୱଚ୍ଛତା ଭାବ ପ୍ରଦର୍ଶନ କରିବା ଏକାନ୍ତ ବାଞ୍ଚନୀୟ । ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ବିଭିନ୍ନ ବିଭାଗର କାର୍ଯ୍ୟ ଶୈଳୀରେ କିଛି ହାତ ଗୁଞ୍ଜା ନେଇ ବହୁତ ଅକର୍ତ୍ତବ୍ୟ କରିବାକୁ ପଛାଇ ନଥା’ନ୍ତି କର୍ମଚାରୀ ତଥା ଅଧିକାରୀ । ସେଗୁଡିକ ସାର୍ବଜନୀନ ହେଉନଥିବା ବେଳେ ସରକାରୀ ଧରପଗଡ଼ର ଅଭାବରୁ ନିଶ୍ଚିନ୍ତରେ ଅନେକ କେଳେଙ୍କାରୀ କରି ଚାଲିଛନ୍ତି ବିଭିନ୍ନ କାର୍ଯାଳୟ । ସମାନଙ୍କ କୌଣସି କାର୍ଯ୍ୟର ସ୍ୱଚ୍ଛତା ନାହିଁ କିମ୍ବା ଜନଅଭିଯୋଗ ପ୍ରତି ନିଘାନାହିଁ କାହାର । ତେଣୁ ସାଧାରଣ ଲୋକେ ମଧ୍ୟ ସବୁ ଜାଣି ବୁଝି ନିରବଦ୍ରଷ୍ଟା ପାଲଟିଛନ୍ତି । ଏହି ପରିପ୍ରେକ୍ଷୀରେ ୫-ଟି ବିଭାଗ ଜନସାଧାରଙ୍କ ଠାରୁ ଉପଦେଶାତ୍ମକ ତଥା ଅଭିଯୋଗ ସମୂହକୁ ଆହ୍ୱାନ କରି ତାହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲକ୍ଷ ରଖିଲେ ଆମର ଏହି ଯୋଜନାର ସଫଳ ରୂପାୟନ ହୋଇ ପାରିବ ବୋଲି ଆମର ବିଚାର ।
Transformation – ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିଦ୍ୟାଳୟ ତଥା କେତେକ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକର ପରିବର୍ତ୍ତନ ସର୍ବଜନ ଦ୍ରଷ୍ଟା । କି’ନ୍ତୁ ସେଗୁଡିକୁ କେବଳ ଉପର ପରିମାର୍ଜିତ ତଥା ଲୋକ ଦୃଷ୍ଟିରେ ପରିବର୍ତ୍ତନ କରାଗଲେ ଆଭ୍ୟନ୍ତର କେଳେଙ୍କାରୀ ଗୁଡିକ ସେହି ପରିବର୍ତିତ, ପରିମାର୍ଜିତ ଚେହେରା ଗୁଡିକୁ ପୁନଃ କଳୁଷିତ କରିବାରେ ଯଥେଷ୍ଟ ଉପାଦେୟ ହୋଇ ପାରନ୍ତି ବୋଲି ବିଚାର କରନ୍ତୁ ସରକାର । ନହେଲେ ଆମର ସବୁ ଚେଷ୍ଟା ବ୍ୟର୍ଥ ହୋଇ ଯାଇ ପାରେ । ସରକାରୀ କଳରେ ଗୋଟିଏ ସ୍ଥାନରେ ଅଧିକ ଦିନ କାର୍ଯ୍ୟ କରିବାର ସୁଯୋଗ ମଣିଷକୁ କଳୁଷିତ କରିବା ସହିତ ବ୍ୟାପକ କ୍ଷତିକାରକ କାରଣରୁ ବଦଳି ବ୍ୟବସ୍ଥା କରାଯାଇ ଥାଏ । ରାଜ୍ୟର ପ୍ରାୟତଃ ସମସ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ମାନେ ଦଶନ୍ଧି ଦଶନ୍ଧି ଧରି ରହି ମନମୁଖୀ କାର୍ଯ୍ୟ କରୁଥିବା କୌଣସି ଲୁଚା ଛପା କଥା ନୁହେଁ । ବିଭିନ୍ନ ଉପାୟ ଅବଲମ୍ବନ କରି କେତେବେଳେ ରାଜନୈତିକ ଚାପ ତ କେତେବେଳେ ଲାଞ୍ଚ ଦେଇ ହେଉ କିମ୍ବା ଉଚ୍ଚ ଅଧିକାରୀଙ୍କ ସହିତ ମଧୁଚନ୍ଦ୍ରିକା ସୃଷ୍ଟି କରି ପ୍ରାୟତଃ ସମସ୍ତ ଅଧିକାରୀ, ଶିକ୍ଷକ ନିଜ ଘର ପାଖରେ ରହି ବିଦ୍ୟାଳୟ ଗୁଡିକରେ ପାଠ ପଢା କମ୍ ରାଜନୀତି ଅଧିକ ଚଳାଇ ଆସୁଥିବା କଥା କାହାକୁ ଅଗୋଚର ??!! ଉପଯୁକ୍ତ ଅନୁସନ୍ଧାନ କଲେ ଜାଣିହେବ ଯେ ପ୍ରାୟତଃ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କେବଳ ବିଦ୍ୟାଳୟକୁ ବାଧ୍ୟ ବାଧକତାର ସହିତ ଯାଇ ପାଠ ପଢା ପ୍ରତି କୌଣସି ଆଗ୍ରହ ନରଖି କେବଳ ମାସିକ ବେତନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ଗୁଡିକ ଉପରେ ଚର୍ଚ୍ଚା କରିବା ସହିତ ବିଦ୍ୟାଳୟ କିମ୍ବା ଛାତ୍ର, ଛାତ୍ରୀଙ୍କ ଶିକ୍ଷା ଉପରେ କୌଣସି ପ୍ରାଧାନ୍ୟତା / ଆଗ୍ରହ ରଖିନଥା’ନ୍ତି । ଏହା କେବଳ ସେମାନଙ୍କ ମନମାନୀ କାରଣରୁ ହୋଇଥାଏ ଯେ କୌଣସି ଆଖିଦୃଷ୍ଟିଆ ସରକାରୀ କାର୍ଯ୍ୟାନୁଷ୍ଠାନ ନାହିଁ ସେମାନଙ୍କ କାର୍ଯ୍ୟଶୈଳୀ ସମୀକ୍ଷା କରାଯିବା ପାଇଁ କିମ୍ବା କଟକଣା ନାହିଁ ପିଲାଙ୍କ ଭବିଷ୍ୟ ଗଠନ ଦିଗରେ । ତେଣୁ କେବଳ ବେଲ୍ ଓ ବିଲ୍ ଛାଡିଲେ ଅନ୍ୟ କୌଣସି କାର୍ଯ୍ୟକୁ ଏକ ପ୍ରହସନର ସହିତ ଗ୍ରହଣ କରିଥା’ନ୍ତି ସେମାନଙ୍କ ମନ ମାନସରେ ଯାହାର ଉପଯୁକ୍ତ ଅନୁସନ୍ଧାନ ଏବଂ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ । ଉପସ୍ଥିତ ସମୟର ଶିକ୍ଷକ ମାନଙ୍କ ସ୍ଥଳ ବିଶେଷକୁ ନେଇ ଯୋଗ୍ୟତା, ଦକ୍ଷତା ବିଷୟ ନକହିବା ଭଲ ଯାହା ସମସ୍ତେ ଜାଣନ୍ତି । ଆଶାତୀତ ବେତନ ପାଇ ମଧ୍ୟ ତିଳେହେଲେ ଆଗ୍ରହ ନଥିବା ନିଜ କର୍ମକ୍ଷେତ୍ର ପ୍ରତି ବୋଲାଉଥିବା ଶିକ୍ଷକଙ୍କ ସାମାଜିକ ସ୍ଥାନ ଯାହା ହେବା କଥା ସହଜେ ଅନୁମାନ କରି ହେଉଥିବ ଯାହା ସମସ୍ତଙ୍କୁ ଗୋଚର । ସରକାର ତାତ୍ପରତାର ସହିତ ଏହାର ସମୀକ୍ଷା, ସମାଧାନ ନକଲେ ଗ୍ଦମଷକ୍ଟକ୍ଟକ୍ଷ ଞକ୍ସବଦ୍ଭଗ୍ଦଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ ନିଶ୍ଚିତ ବିଫଳ ହେବ, ସେଇଥିରେ ତିଳେହେଲେ ସନ୍ଦେହ ନାହିଁ । ରାଜ୍ୟର କାର୍ଯ୍ୟାଳୟ ସହକାରୀ ମାନଙ୍କ ୬ ବର୍ଷରେ ନିଶ୍ଚିତ ବଦଳି ପ୍ରାବଧାନ ରଖାଯାଇଥିବା ବେଳେ ମାସିକ ୨୫୦୦୦-୫୦୦୦୦/- ବେତନ ଭୋଗୀ ଚତୁର୍ଥ ଶ୍ରେଣୀ କର୍ମଚାରୀ, ମାସିକ ୩୦୦୦୦-୧୦୦୦୦୦/- ବେତନ ଭୋଗୀ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ୫୦୦୦୦-୧୫୦୦୦୦/- ବେତନ ଭୋଗୀ ଅଫିସର ମାନଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି କି ନାହିଁ ଜଣାନାହିଁ ! ଯଦି ନାହିଁ କାହିଁକି ?!! ସେମାନେ କ\’ଣ ରାଜ୍ୟ ସରକାରଙ୍କର ସମସ୍ତ ନିୟମ ବହିର୍ଭୁତ କି ?!! ମାତ୍ର ୧୦୦ ଟଙ୍କାର ଗ୍ରେଡ଼ ପେ ବ୍ୟବଧାନ ରହିଛି ପିଅନ ଏବଂ କିରାଣୀ ମଧ୍ୟରେ ! ଯେଉଁଠାରେ ଜଣେ କିରାଣୀଙ୍କୁ ସହ ସହ କିଲୋମିଟର ଦୁରକୁ ବଦଳି କରାଯିବା ପ୍ରାବଧାନ ରହିଛି, କିନ୍ତୁ ପିଅନକୁ ଆଦୌ ବଦଳି ହେବନାହିଁ ! କାହିଁକି ? କିରାଣୀ କଣ ପାପି ଆଉ ପିଅନ ଜଣେ ଧାର୍ମିକ ?!! ଏହାକୁ ସମୀକ୍ଷା କରି ସେମାନଙ୍କୁ ମଧ୍ୟ ସେହି ବାଧ୍ୟତା ମୂଳକ ବଦଳି କରାଗଲେ ବିଭାଗରେ କେତେକ ସୁଧାର ଆସି ପାରି ଥା’ନ୍ତା ଯାହା ୫-ଟି ତୁରନ୍ତ ପଦକ୍ଷପ ନେଲେ ଉଦେଶ୍ୟ ସଫଳ ହେବ ବୋଲି ଆମ ବିଚାର । ଅନୁସନ୍ଧାନ କଲେ ଜାଣି ହେବ ଯେ ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କ ତୁଳନାରେ ଶିକ୍ଷା ବିଭାଗର କର୍ମଚାରୀ ଆଶାତୀତ ମାସିକ ବେତନ ପାଇ ମଧ୍ୟ ତାହାର ଏକ ଦଶମାଂଶ କାର୍ଯ୍ୟ କରିନଥା’ନ୍ତି । ତେଣୁ ନିଶ୍ଚିତ ସଂସ୍କାର ତଥା କର୍ମଚାରୀଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଯଥେଷ୍ଟ ଅଧିକ ରହିଛି ତୁଳନାତ୍ମକ ଅନ୍ୟାନ୍ୟ ସରକାରୀ ବିଭାଗୀୟ କାର୍ଯ୍ୟାଳୟ । ଶିକ୍ଷା ବିଭାଗ ରାଜ୍ୟର ସବୁଠାରୁ ବଡ଼ ବିଭାଗ ହେତୁ ତାହାର କର୍ମଚାରୀଙ୍କ ସଂଖ୍ୟ ସବୁଠାରୁ ଅଧିକ । ତାହାପ୍ରତି ତୀକ୍ଷ୍ଣ ନଜର ରଖାଯିବା ସର୍ବାଦୌ ବିଧେୟ । ଶିକ୍ଷା ବିଭାଗ ରାଷ୍ଟ୍ର ଗଠନର ମୂଳଦୁଆ । ରାଜ୍ୟ ସରକାର ଏହି ବିଭାଗର ସଂସ୍କାରକୁ ପ୍ରାଧାନ୍ୟତା ଦେଲେ ରାଷ୍ଟ୍ରର ଉନ୍ନତି ସାଧିତ ହୋଇ ପାରିବ । ତେଣୁ ରାଜ୍ୟ ସରକାର ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କ କାର୍ଯ୍ୟ କଳାପର ବ୍ୟବଛେଦ କରିବା ତଥା ସମ୍ପୂର୍ଣ୍ଣ ଓଲଟ ପଲଟ କରି ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ରହିଥିବା ସମସ୍ତ କର୍ମଚାରୀଙ୍କୁ ନିଶ୍ଚିତ ବଦଳି କରି ଏହି ବିଭାଗର ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଯଥା ସାଧ୍ୟ କ୍ଷିପ୍ର ପ୍ରଚେଷ୍ଟା କରିବା ପାଇଁ ଅନୁରୋଧ କରାଯାଉଅଛି । ଶିକ୍ଷକ ତଥା କର୍ମଚାରୀଙ୍କ ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ରହି ଚେର ଲମ୍ବାଈ ଅନୁଷ୍ଠାନ ପ୍ରତି ବୈମାତୃକ ମନୋଭାବ ତଥା ବେପରୁଆ କାର୍ଯ୍ୟ କଳାପ ହେତୁ ଆଜି ସମୟରେ ଏହି ବିଭାଗର ଅନିୟମିତତା ତଥା କଳୁଷିତ କାର୍ଯ୍ୟକଳାପର ସୀମା ନାହିଁ , କାରଣ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ନାହିଁ କି ବଦଳି ନାହିଁ । ତେଣୁ ବିଭାଗର ସମସ୍ତ ଶିକ୍ଷକ କର୍ମଚାରୀଙ୍କୁ ଗୋଟିଏ ଜାଲରେ ଛନ୍ଦି କୌଣସି ଚାପକୁ ପ୍ରତ୍ୟାଖ୍ୟାନ କରି ନିଶ୍ଚିତ ବଦଳି କରାଗଲେ କିଛି ଆଖି ଦୃଷ୍ଟିଆ ପରିବର୍ତ୍ତନ ହେଇପାରେ ବୋଲି ଆଶା କରାଯାଉଅଛି । କନିଷ୍ଠ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ରାଜ୍ୟସ୍ତରୀୟ ବଦଳି କରାଯିବା ବେଳେ ଅନ୍ୟାନ୍ୟ କର୍ମଚାରୀଙ୍କୁ ଜିଲ୍ଲା ସ୍ତରୀୟ ବଦଳି କରାଯିବା ବିଧେୟ । ତେଣୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫-ଟି ବିଭାଗ ଏଥିପ୍ରତି ନିଶ୍ଚିତ ଦୃଷ୍ଟି ଦେଇ କିଛି ପରିବର୍ତନ କଲେ ଆମର ବିଦ୍ୟାଳୟ ଞକ୍ସବଦ୍ଭଗ୍ଦଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ ସଫଳ ରୂପାୟନ ହୋଇ ପାରିବ ବୋଲି ଆଶା କରାଯାଉ ଅଛି । ଏହି ସମ୍ବନ୍ଧରେ ରାଜ୍ୟବାସୀଙ୍କ ଠାରୁ ମଧ୍ୟ ଅଧିକରୁ ଅଧିକ ମତାମତ ରାଜ୍ୟ ସରକାରଙ୍କୁ ପ୍ରଦାନ ପୂର୍ବକ ସରକାରୀ କାର୍ଯ୍ୟନୁଷ୍ଠାନରେ ସହଯୋଗ କରାଯିବା ନିତାନ୍ତ ବିଧେୟ । ତେଣୁ ଜନ ସାଧାରଣ ଏହା ପ୍ରତି ତତ୍ପରତା ପ୍ରଦର୍ଶନ କରନ୍ତୁ ବୋଲି ସମସ୍ତଙ୍କୁ ଆହ୍ୱାନ କରାଯାଉଅଛି । ନହେଲେ ଆମେ ଆଗକୁ ବଢିବା ଶୀଥିଳତା ଦେଖାଯିବା ସମ୍ଭାବନା ଯଥେଷ୍ଟ ବେଶୀ ବୋଲି ଆମ ବିଚାରରେ ଆପଣଙ୍କ ମତ ପୋଷଣ କରିବେ ବୋଲି ଆଶା….

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.