୫ଟି ସଚିବଙ୍କ ସହ ଆଲୋଚନା କଲେ ୨୧ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ : ଫଳପ୍ରଦ ଲାଗି ସଚିବଙ୍କ ଆହ୍ୱାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷାର ଗୁଣାତ୍ମକ ବିକାଶ, ଛାତ୍ରଛାତ୍ରୀଙ୍କର ଶୈକ୍ଷୀକ ବିକାଶ, ବୈଜ୍ଞାନିକ ଯନ୍ତ୍ରପାତିର ବ୍ୟବହାର, ଯୋଗ ଓ ଖେଳ ପ୍ରତି ଆକର୍ଷଣ ଓ ସର୍ବୋପରି ମାନସିକ ବିକାଶ ଲାଗି ସାମ୍ପ୍ରତିକ ସମାଜରେ ଶିକ୍ଷାର ଭିତ୍ତି ଭୂମୀ ପରିବର୍ତ୍ତନର ଆବଶ୍ୟକତା ରହିଥିବା ସମ୍ପର୍କରେ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ୍ ଭିଡିଓ କନ୍‌ଫାରେନ୍ସିଂରେ କହିଛନ୍ତି । ଜଳେଶ୍ୱର ବ୍ଳକ ସଭାଗୃହରେ ଆୟୋଜିତ ଆଲୋଚନାଚକ୍ରରେ ୨ୟ ପର୍ଯ୍ୟାୟରେ ନିଆଯାଇଥିବା ମୋ ସରକାର ଯୋଜନାରେ ୨୧ଟି ଉଚ୍ଚ ବିଦ୍ୟାଳୟର ସମଗ୍ରୀକ ବିକାଶ ଲାଗି ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଥିବା ସେ ଉପସ୍ଥିତ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ସରପଂଚ, ପରିଚାଳନା କମିଟି ସଭାପତି, ପୂର୍ବତନ ଛାତ୍ର ଓ ୫ଟି ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ କହିଛନ୍ତି । ଆଲୋଚନାରେ ମନୋରଞ୍ଜନ ଦାସ ରାଜ୍ୟରେ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀ କାଳରେ (୧୯୯୪) ୩ହଜାର ଉଚ୍ଚ ବିଦ୍ୟାଳୟକୁ ସରକାରୀକରଣ କରି ଶିକ୍ଷାର ମୂଳଦୁଆ ବିକାଶ ଲାଗି ପ୍ରଚେଷ୍ଟା କରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ସର୍ବତ୍ର ଗ୍ରହଣୀୟ ବୋଲି କହିଥିଲେ । ସ୍ୱଚ୍ଛତା, ଦଳଗତ କାର୍ଯ୍ୟ କରିବା, ସମୟ ନିର୍ଘଣ୍ଟ, ପ୍ରଯୁକ୍ତି ବିଦ୍ୟାର ବିକାଶ ଓ ବିଦ୍ୟାଳୟର ରୁପାନ୍ତରିକରଣ ୫ଟିର ମୂଳମନ୍ତ୍ର ହୋଇଥିବାରୁ ଏବେ ଏପରି ଶିକ୍ଷାର ପରିବର୍ତ୍ତନକୁ ଉପସ୍ଥିତ ସମସ୍ତେ ପ୍ରଶଂସା କରିଥିଲେ । ବିଲେଶ୍ୱର ଜିଲାରେ ୨ୟ ପର୍ଯ୍ୟାୟରେ ଜଳେଶ୍ୱର ବ୍ଲକରୁ ସର୍ବାଧିକ ବିଦ୍ୟାଳୟକୁ ଏପରି ଯୋଜନାରେ ସାମିଲ କରି ଜଳେଶ୍ୱର ଶିକ୍ଷାର ବିକାଶ କରିବରେ ମୁଖ୍ୟମନ୍ତ୍ରୀ ବଦ୍ଧପରିକର ବୋଲି ୫ଟି ସଚିବ ଭିକେ ପାଣ୍ଡିଆନ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ଜଳେଶ୍ୱରରୁ ନିଆଯାଇଥିବା ୨ଟି ବିଦ୍ୟାଳୟ ନେଇ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ, ସରପଞ୍ଚ, ପୁରାତନ ଛାତ୍ରଛାତ୍ରୀ ସମସ୍ତେ ସନ୍ତୋଷ୍ଟ ବୋଲି ଉତ୍ତରରେ ସମସ୍ତେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଡିଓ ଦିପ୍ତିରଂଜନ ସେଠୀ, ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା