୪ ବର୍ଷ ତଳେ ଆତ୍ମସମର୍ପଣ କରିଥିଲେ କନ୍ଧମାଳର ମହିଳା ମାଓବାଦୀ,ପୁଲିସ ଉପସ୍ଥିତିରେ କଲେ ବିବାହ

ଫୁଲବାଣୀ (ସମୃଦ୍ଧ ଓଡିଶା) ଚାରି ବର୍ଷ ତଳେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀ ଶୁକ୍ରବାର ଆଜି  ବୈବାହିକ ଜୀବନ ଆରମ୍ଭ କରିଛନ୍ତି । ସରକାରଙ୍କ ଉନ୍ନୟନ ମୂଳକ ଯୋଜନାରେ ଆକର୍ଷିତ ହୋଇ ମହିଳା ମାଓବାଦୀ ଜ୍ୟୋତି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ରିଜର୍ଭ ପୁଲିସରେ ୪ ବର୍ଷ ପର୍ଯ୍ୟନ୍ତ କାମ କଲା ପରେ ପୁଲିସର ଉପସ୍ଥିତିରେ ଆଜି ଜ୍ୟୋତିର ବିବାହ ସମ୍ପନ୍ନ ହୋଇଛି ।

ରିପୋର୍ଟ : ପ୍ରଭାତ କୁମାର ବେହେରା