୪୫ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ଟିକା ଦାନ ଆରମ୍ଭ : ବୁଗୁଡ଼ାରେ ଦୁଇ ଦିନରେ ୨୮୧୫ ଜଣଙ୍କୁ ଟିକା ପ୍ରଦାନ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଳକରେ ଏପ୍ରିଲ ୧ ଓ ୨ ତାରିଖ ଦୁଇଦିନରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ଓ ଦ୍ଵିତୀୟ ଟିକା ମିଶି ମୋଟରେ ୨୮୧୫ ଜଣଙ୍କୁ କୋଭିଡ଼ି ଟିକା ଦିଆଯାଇଛି । କୋଭିଡ଼ ନୋଡାଲ ଅଫିସର ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ଏବଂ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ବିଶ୍ଵଜିତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଗୁଡା ବ୍ଳକରେ ୭ଟି ଟିକାଦାନ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ଓ ବରିଷ୍ଠ ନାଗରିକ ମିଶି ପ୍ରଥମ ଟିକା ୨୭୦୪ ଜଣ, ଦ୍ଵିତୀୟ ଟିକା ୧୧୧ ଜଣ, ଏହିପରି ମୋଟ ୨୮୧୫ ଜଣ ବ୍ୟକ୍ତଙ୍କୁ ଟିକା ଦିଆଯାଇଛି । କୌଣସି ବ୍ୟକ୍ତିଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ । ଏପ୍ରିଲ ୦୧ ତାରିଖ ଦିନ ବୁଗୁଡା, ବାଲିପଦର, ମାଣିତରା, କରଚୁଲି ମେଡ଼ିକାଲ ବ୍ୟତୀତ ଖୋଳଖାଳି, କଳମ୍ବ ଓ ମୋଟାବାଡ଼ି ଗ୍ରାମରେ ମୋଟା ୭ଟି ଟିକାଦାନ କେନ୍ଦ୍ରରେ ୧୩୨୮ ଜଣ ଟିକା ନେଇଥିବା ବେଳେ ଏପ୍ରିଲ ୨ ତାରିଖ ଦିନ ମୋଟାବାଡି ଟିକାଦାନ କେନ୍ଦ୍ରକୁ ବନ୍ଦକରି ଗୋଲିଆ ଟିକାଦାନ କେନ୍ଦ୍ରକୁ ମିଶାଇ ୭ଟି ଟିକାଦାନ କେନ୍ଦ୍ରରେ ୧୪୮୭ ଜଣଙ୍କୁ ଟିକା ଦିଆଯାଇଛି ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା