୧୯ ତାରିଖ ସକାଳ ୮ଟାରୁ ପରିମାଣିକ ଦର୍ଶନ: ଟିକେଟ୍ ମୂଲ୍ୟ ୧୦୦ ଟଙ୍କା

ପୁରୀ (ସମୃଦ୍ଧ ଓଡିଶା) ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ଶୃଙ୍ଖଳିତ ଦର୍ଶନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଟାରୁ ୯ଟା ଯାଏଁ ପରିମାଣିକ ଦର୍ଶନ ଅନୁଷ୍ଠିତ ହେବ । ୯ଟାରୁ ୧୧ଟା ଯାଏଁ ସାହାଣମେଲା ଦର୍ଶନ ଅନୁଷ୍ଠିତ ହେବ । ପରିମାଣିକ ଟିକେଟ୍‌ର ମୂଲ୍ୟ ୧୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ୭୦୦୦ ଟିକେଟ୍ ପରିମାଣିକ ଦର୍ଶନ ପାଇଁ ବିକ୍ରି ହେବ । ଦକ୍ଷିଣ ଦ୍ବାର ଦେଇ ଯିବେ ଭକ୍ତ । ଏ ନେଇ ପ୍ରେସମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ଦିନ ତମାମ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରିପାରିବେ ଶ୍ରଦ୍ଧାଳୁ । ପରିମାଣିକ ଟିକେଟ୍ଧାରୀ ଦକ୍ଷିଣଦ୍ବାର ଦେଇ ପ୍ରବେଶ କରିବେ । ସାହାଣମେଲା ଦର୍ଶନଧାରୀ ସିଂହଦ୍ବାର ଦେଇ ପ୍ରବେଶ କରିବେ । ସମସ୍ତ ଭକ୍ତ ଉତ୍ତରଦ୍ବାର ଦେଇ ବାହାରକୁ ବାହାରିବେ । ନବଯୌବନ ଦର୍ଶନ ଦିନ ୧୧ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ।