୧୭ କାରୋନା ପିଡିତ ସୁସ୍ଥ ହୋଇ ଫେରିଲେ ମାକିଡିଆ ଗାଁକୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୧୨ ଦିନ ତଳେ ମାକିଡିଆ ଓ କୁଅଁରପୁର ଗାଁରୁ ୧୭ଜଣ କରୋନା ପଜେଟିଭ୍ ଚିହ୍ନଟ ହେବାପରେ ସମସ୍ତେ ଜିଲା ପ୍ରଶାସନ ଦ୍ୱାରା ବାଲେଶ୍ୱରସ୍ଥିତ କୋଭିଦ୍ କେୟାର ସେଣ୍ଟର ଗୁଡିକରେ ଚିକିତ୍ସିତ ହୋଇ ଥିଲେ । ଏବେ ସେମାନେ ସୁସ୍ଥ ହୋଇ ୧୧ ଜଣ ଗତ ରବିବାର ଗାଁକୁ ଫେରିଥିବା ବେଳେ ଆଜି ଅନ୍ୟ ୬ଜଣ ଗାଁକୁ ଫେରିଥିବା ଜଣାଯାଇଛି । କୁଅଁରପୁର ଗାଁର ୬ଜଣ ଫେରୁଥିବା ଜାଣି ଯୁବ ସମାଜସେବି ଆଲୋକ ଘଡାଇ ସେମାନଙ୍କୁ ସ୍ୱାଗତ ଜଣାଇ ଗାଁକୁ କଡେଇ ନେଇଥିଲେ । ୧୭ଜଣ ଗାଁକୁ ଫେରିଥିବାରୁ ଆଜି ଗାଁରେ ଆନନ୍ଦର ଲହରୀ ଫେରିଛି । ସେମାନେ ଅମାନିଆ ମାନଙ୍କୁ ପଶ୍ଚିମବଂଗ ନ ଯିବା ଓ କଣ୍ଟେନ୍‌ମେଣ୍ଟ ଜୋନ୍ ବାହାରକୁ ଯିବାରେ ବାରଣ କରୁଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ଜଳେଶ୍ୱର ଥାନାର କଣେ କନେଷ୍ଟ ବଳ, କୁଅଁରପୁର ଓ ମାକିଡିଆ ଗାଁର ନେତୃସ୍ଥାନୀୟ ବ୍ୟକ୍ତି ସୁସ୍ଥ୍ୟ ହୋଇ ଫେରିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା