୧୭ରେ ଢେଙ୍କାନାଳରେ ବଳରାମଙ୍କ ଆଵିର୍ଭାଵ ହେବ !

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭାରତ ବର୍ଷରେ ଦେଶକୁ ଶାସନ କରୁଥିବା ରାମ ବଳରାମ ଦୁଇ ଜଣ ନେତାଙ୍କ ମଧ୍ୟରୁ ଜଣେ ନେତା ତଥା ବଳରାମ ଆସନ୍ତା ୧୭ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡିଛି । ସେ ହେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।। ସେ ଢେଙ୍କାନାଳରେ ବିଜେପିର ମହା ଜନସମ୍ପର୍କ ଯାତ୍ରାରେ ଯୋଗ ଦେବେ ସୂଚନା ବୋଲି ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣା ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଢେଙ୍କାନାଳରେ ହେବାକୁ ଥିବା ସମାବେଶରେ ୫୦ ହଜାର ଲୋକଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା ସମ୍ବୋଧନ କରିବେ। ରାମ ବଳରାମଙ୍କ ୯ବର୍ଷ ଶାସନ କାଳ ମଧ୍ୟରେ ରାମ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇବେ ଓ  ରାଜ୍ୟ ସରକାରଙ୍କର ବିଫଳତା ବିଷୟରେ ଲୋକଙ୍କୁ ବଖାଣିବେ। ଢେଙ୍କାନାଳରେ ବିଜେପିର ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବା ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସେ ଗୁରୁମନ୍ତ୍ର ଦେବେ ବୋଲି ତାଙ୍କର ବରିଷ୍ଠ ନେତା କହିଛନ୍ତି । ସେ ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ସହ ୨୦୨୪ ନିର୍ବାଚନ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ପଦ୍ମ ପୁରସ୍କାର ପ୍ରାପ୍ତ ଓ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ସେ ଭେଟିବେ ବୋଲି ଜଣାପଡିଛି । ବିଜେପିର ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବା ପାଇଁ ୨୨ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ବଳରାମ ସାହା ଆସିବା ଖବରକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି ।