୧୪ ଦଫା ଦାବୀ ନେଇ ନବନିର୍ମାଣ ସ୍ୱରାଜ ସରକାର୍ ତରଫରୁ ‘ପ୍ରାୟଶ୍ଚିତ ସତ୍ୟାଗ୍ରହ’

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଓଡ଼ିଶାରେ ଦୁର୍ନୀତି, କୁଶାସନ ଓ ସାମ୍ବିଧାନିକ ବିଧିର ଉଲଂଘନ ଭଳି ଅଦ୍ଭାବନୀୟ ଜଟିଳ ପରିସ୍ଥିତି ଦେଖାଦେଇଛି । ଏ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ନବନିର୍ମାଣ ସ୍ବରାଜ ସରକାର୍ ତରଫରୁ ଏକ ସ୍ମାରକପତ୍ର ପ୍ରଦତ୍ତ ହୋଇଛି । ସୂଚନାଯୋଗ୍ୟ ଯେ ‘ ନବନିର୍ମାଣ ସ୍ବରାଜ ସରକାର୍ ତରଫରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତ୍ତୃତ୍ୱରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଏକ ଗଣଧାରଣା ବସିଛି । ଏହି ଗଣଧାରଣା ପ୍ରାୟଶ୍ଚିତ ସତ୍ୟାଗ୍ରହ ନାମରେ ଅଭିହିତ କରାଯାଇଛି । ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଏହା ସମାପ୍ତ ହେବ । ରାଜ୍ୟରେ ଭ୍ରଷ୍ଟାଚାର ସରକାର କୁ ହଟାଇ ନୂଆଁ ସରକାର ଆଣିବା ନେଇ ଲୋକଙ୍କୁ ସଚେତନତାର ଜାଗୃତି ଆଣିବା ନେଇ ପ୍ରତି ଜିଲ୍ଲାରେ ବୈପ୍ଳବିକ ପନ୍ଥା ସ୍ୱରୂପ ଆନ୍ଦୋଳନ ଜାରୀ ରହିବ ବୋଲି କୁହାଯାଇଛି । ଏହାକୁ ସମର୍ଥନ କରି ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଗତ ୧୧.୦୮.୨୦୨୩ ଦିବା ୧୦ ଘଟିକା ଠାରୁ ସନ୍ଧ୍ୟା ୪ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ପ୍ରାୟଶ୍ଚିତ ସତ୍ୟାଗ୍ରହ” ଦିନିକିଆ ଆନ୍ଦୋଳନ କରିଥିଲେ । ସହ-ସଂଯୋଜକ ଉମାକାନ୍ତ ଭାରତ,ମନୋଜ କୁମାର ମିଶ୍ର ଙ୍କ ନେତ୍ତୃତ୍ୱରେ , ରଞ୍ଜନ କୁମାର ସ୍ଵାଇଁ, ମାନଶ ଦାଶ, ବିବେକା ନନ୍ଦ ବାରିକ, ଧୀରେନ୍ଦ୍ର ଟହଲ,ସନ୍ୟାସୀ ନାୟକ, ଅଶ୍ଵୀନ ସାହାନୀ , ପଞ୍ଚୁ ସାହୁ, ଶୁଭେନ୍ଦୁ ପଲେଇ ପ୍ରମୁଖ ବହୁ ନେତ୍ତୃବର୍ଗ ଏହି “ପ୍ରାୟଶ୍ଚିତ ସତ୍ୟାଗ୍ରହ” ସକ୍ରୀୟ ସହଯୋଗ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା