୧୧ ଫୁଟର ଅଜଗର ଉଦ୍ଧାର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗ୍ରାମ ନୂଆ ବନ୍ଧ ନିକଟରୁ ଦୁଇଟି ଅଜଗର ସାପକୁ ଉଦ୍ଧାର କରାଯାଇଛି । ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମସିନ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଲା ଯାଉଥିଲା । ଉକ୍ତ ନାଳ ଖୋଲିବା ସମୟରେ ଗୋଟିଏ ବଡ଼ ପାଇପ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଆସିଥିଲେ । ଗୋଟିଏ ୭ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ଗାଡିର ଶୁଣ୍ଢରେ ଦାବି ରଖିଥିଲେ । ଅନ୍ୟ ଗୋଟିଏ ସାପ ଗାଡିର ଇଞ୍ଜିନ ମଧ୍ୟରେ ପ୍ରବେଶ କରିଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନକୁ ଜଣାଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଓ ସନ୍ଦୀପ ସେଠୀଙ୍କ ସହ ପହଞ୍ଚିଥିଲେ । ପ୍ରଥମେ ସାତ ଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ । ଏହାପରେ ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଅନ୍ୟ ଗୋଟିଏ ଅଜଗର ଯାହାର ଲମ୍ବ ୧୧ଫୁଟ ହେବ ତାକୁ ଉଦ୍ଧାର କରିଥିଲେ । ଏଥିରେ ଗ୍ରାମବାସୀଙ୍କ ସହ ଭିଡ଼ିଓ ସାମ୍ବାଦିକ ଲିକୁ ଡାକୁଆ ଏବଂ ଗୌରୀ ଶଙ୍କର ମିଶ୍ର ସହଯୋଗ କରିଥିଲେ । ଶେଷରେ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନଙ୍କୁ ତାଙ୍କର ନିଷ୍ଠାପର ସେବା ଓ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା