୧୦୯ ବର୍ଷର ବୃଦ୍ଧାଙ୍କ ପରଲୋକ : ଗ୍ରାମବାସୀଙ୍କ ଶୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନଛିମପୁର ପଂଚାୟତର ଉପାନ୍ତ ନାଙ୍ଗୁଡସାହି ଗାଁର ଜଣେ ୧୦୯ ବର୍ଶର ବୃଦ୍ଧା ଭଦ୍ରାମଣୀ ଜେନାଙ୍କର ପରଲୋକ ଘଟିଛି । ମୃତ୍ୟୁର ୧୦/୧୨ ଦିନ ପୂର୍ବ ପର୍ଯ୍ୟନ୍ତ ସେ କାର୍ଯ୍ୟକ୍ଷମ ଥିବା ବେଳେ ଗାଁର ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ । ବିବାହ, ବ୍ରତ, ପ୍ରସବ କାର୍ଯ୍ୟ, ପୂଜାପଦ୍ଧତି ଇତ୍ୟାଦି କାର୍ଯ୍ୟରେ ତାଙ୍କର ସଂପୃକ୍ତି ରହୁଥିଲା । ବାର୍ଦ୍ଧକ୍ୟ ଯୋଗୁଁ ସେ ଶର୍ଯ୍ୟାସାୟୀ ଥିବାରୁ ଆଜି ତାଙ୍କ ମୃତ୍ୟୁ ଶର୍ଯ୍ୟାନିକଟରେ ଗ୍ରାମବାସୀ, ବନ୍ଧୁବାନ୍ଧବ ସହିତ ପରିବାରବର୍ଗ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ବେଳେ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିବା ବେଳେ ପୁତ୍ର ରବିନ୍ଦ୍ର ଜେନା ମୁଖାଗ୍ନି ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା