୧୦ମ ଝରିଏଲ୍ ମହୋତ୍ସବ ଅନଷ୍ଠିତ

ଭୁବନେଶ୍ୱର -ଦଶମ ଝରିଏଲ୍ ମହୋତ୍ସବର ଉଦ୍ୟାପନୀ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନଠାରେ ଗତ ୨୧ ତାରିଖରେ ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି । କଳାଶ୍ରୀ ଆର୍ଟ ଏକାଡ଼େମୀ, ବଲାଙ୍ଗୀର ପ୍ରତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦମଶ ଝରିଏଲ୍ ମହୋତ୍ସବ-୨୦୧୮ ଭୁବନେଶ୍ୱରବାସୀଙ୍କୁ ଭେଟି ଦେଇଛନ୍ତି । ଏହି ମହାନ୍ ଉତ୍ସବରେ ମୁଖ୍ୟଅତିଥି ଭାବରେ ପଣ୍ଡିତ ଉମେଶ ଚନ୍ଦ୍ର କର, ବର୍ଷୀୟାନ କଳାକାର ତଥା କଳା ସଂଗଠକ ଶ୍ରୀଯୁକ୍ତ ଚନ୍ଦ୍ରଧ୍ୱଜ ସିଂ, ଦୀପକ କୁମାର ଦାସ ଯୋଗଦେଇ ସଭାକୁ ପାଫଲ୍ୟମଣ୍ଡିତ କରିଥିଲେ । ଏହି ମହାନ୍ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା ଦଶମ ଝରିଏଲ୍ ସମ୍ମାନ-୨୦୧୮ ତଥା କଳାଶ୍ରୀ ସମ୍ମାନ-୨୦୧୮ ପ୍ରଦାନ ଉତ୍ସବ । ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ଚଳିତବର୍ଷର ଦଶମ ଝରଏଲ ସମ୍ମାନ-୨୦୧୮ରେ ସମ୍ମାନିତ କରାଯାଇଥିବା ବେଳେ ଚିତ୍ରଶିଳ୍ପୀ ପଂଚାନନ ସାମଲ, ଓଡ଼ିଶୀ ନୃତ୍ୟଶିଳ୍ପୀ ଗାୟତ୍ରୀ ମିଶ୍ର, ବିଶିଷ୍ଟ କବିୟତ୍ରୀ ମାନସୀ ମିଶ୍ର ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁରାଧା ଦାଶଙ୍କୁ ଦଶମ କଳାଶ୍ରୀ ସମ୍ମାନ-୨୦୧୮ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ, ମଞ୍ଜୁଶ୍ରୀ ତି୍ରପାଠୀ, ମମତାମୟୀ ରାଉତରାୟ, ବିଷ୍ଣୁପ୍ରିୟା କର ଏବଂ ଅନୁଷ୍କା କର ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ଗୁରୁ ଆଲୋକ ଦାସ । ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଦୂରଦର୍ଶନ ନୃତ୍ୟଶିଳ୍ପୀ ମାନସୀ ମାଇତି ଓ ରୀତାଞ୍ଜଳି ମହାପାତ୍ର । ଏହି ଉତ୍ସବକୁ ରାଜଧାନୀବାସୀ ଖୁବ୍ ଉପଭୋଗ କରିଥିଲେ । ସାଂସ୍କୃତିକ ସନ୍ଧ୍ୟାକୁ ସଂଯୋଜନା କରିଥିଲେ ଉପସ୍ଥାପକ ବବ୍ଲୁ ମହାନ୍ତି ।