ୟୁରୋପୀୟ ସଂଘ ରାଷ୍ଟ୍ରଦୂତଙ୍କ କିଟ ଓ କିସ ପରିଦର୍ଶନ

ଭୁବନେଶ୍ୱର (ଆକାଶ ମିଶ୍ର)- ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ଥୋମାସ କଜଲାଓସ୍କି ସୋମବାର କିଟ୍ ଓ କିସ୍ ପରିଦର୍ଶନ କରିଥିଲେ । ସେ କିଟ୍ର ବିଭିନ୍ନ କ୍ୟାମ୍ପସ୍ ବୁଲି ଦେଖିବା ସହ କିସ୍ର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ । ଏହି ଅବସରରେ କିସ୍ର ୨୭ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ସେ କହିଲେ, “ତୁମେମାନେ ହେଉଛ ପ୍ରକୃତ ହିରୋ, ତୁମମାନଙ୍କ ମୁହଁରେ ହସ ଦେଖି ମୁଁ ବହୁତ ଖୁସି” । ଭବିଷ୍ୟତରେ ଓଡ଼ିଶା ଆସିବା ଅବସରରେ ସେ କିସ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିବେ ବୋଲି କହିଥିଲେ । ସେ କହିଲେ, ଶିକ୍ଷା ଭଳି ଚ୍ୟାଲେଞ୍ଜକୁ କିସ ଜରିଆରେ ତୁମେମାନେ ସଫଳତାର ସହ ଶିକ୍ଷା ଆହରଣ କରିପାରିଲେ ନିଜର ଭବିଷ୍ୟତ ଉଜ୍ଜ୍ୱଳ ହେବା ସହ ନିଜ ସଂପ୍ରଦାୟକୁ ମଧ୍ୟ ତୁମେ ସଶକ୍ତ କରିପାରିବ । କିସକୁ ସଫଳ କରାଇପାରିଥିବାରୁ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ ଉଦ୍ୟମକୁୁ ଶ୍ରୀ ଥୋମାସ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ଶିକ୍ଷା ଜରିଆରେ କିସ ଛାତ୍ରଛାତ୍ରୀମାନେ ଶିଶୁ ଅଧିକାର ଓ ମହିଳା ସଶକ୍ତିକରଣ ଭଳି ସମାଜିକ ସମସ୍ୟାର ସମାଧାନ ଅବଶ୍ୟ କରିପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ସେ ନାରୀଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ କିସର ବିକାଶ ପାଇଁ ସହଯୋଗର ହାତ ବଢ଼ାଇବେ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ର ସଂପାଦକ ଆର ଏନ୍ ଦାଶ, କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କୁଳସଚିବ ଜୁଲିଅସ୍ ଲାକ୍ରା କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।