ୟୁଜର୍ସ ଫି ବିରୋଧରେ ଜିଲାପାଳଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟି ରେ ନୂତନଭାବେ ଲାଗୁ କରାଯାଇଥିବା ୟୁଜର୍ସ ଫି ବିରୋଧରେ ସ୍ୱରଉତ୍ତଳନ ଆରମ୍ଭ ହୋଇଛି । କରୋନା ସମୟରେ ଲୋକଙ୍କ ଆର୍ଥୀକ ମେରୁଦଣ୍ଡ ଭାଂଗି ଯାଇଥିବା ବେଳେ ଲୋକଙ୍କ ଉପରେ ବୋଝ ଉପରେ ଲଳିତାବିଧା ସଦୃଶ ଏହି ୟୁଜର୍ସ ଫିକୁ ଲାଗୁ ନ କରିବାଲାଗି ଆଜି ବୁଧବାର ଭାରତୀୟ ଜନତାପାର୍ଟୀ ପକ୍ଷରୁ ଏକ ଦାବିପତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ରଙ୍କ ମାଧ୍ୟମରେ ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଫାଲଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜିର ଏହି କାର୍ଯ୍ୟକ୍ରମରେ ସୁବ୍ରତ ଘୋଷ, ମାନସ ପ୍ରଧାନ, ରବିନ୍ଦ୍ର ପାତ୍ର, ଚିତ୍ତରଂଜନ ଗିରି, ରତନ ଦତ୍ତ, ଧନଞ୍ଜୟ ଗିରି, ସତ୍ୟ ମହାନ୍ତି, ବନମାଳି ଗିରି, ରଂଜନ ପାତ୍ର, ସନ୍ତୋଷ ପରିଡା ପ୍ରମୁଖ ବହୁ କର୍ମୀ ଏଥିରେ ଭାଗ ନେଇଥିଲେ ।