ହେଲ୍ପ ଫାର୍ ୟୁ ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ଓ ଖାଦ୍ୟ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅସହାୟ ବୃଦ୍ଧ/ବୃଦ୍ଧା, ମାନସିକ ବିକାରଗ୍ରସ୍ତ, ନିଶ୍ୱ ମାନଙ୍କୁ ସହାୟତାର ହାତ ବଢାଇଥିବା ହେଲ୍ପ ଫର ୟୁ ଫାଉଣ୍ଡେସନ ଆଜି ଦେବଦୂତ ସାହିଛି । ସେମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ସହିତ ଖାଦ୍ୟ ଓ ଔଷଧ ଇତ୍ୟାଦି ପ୍ରଦାନ କରି ଥଇଥାନ କରିବାରେ ଅଗ୍ରଣୀ ଭୂମୀକା ଗ୍ରହଣ କରିଛି । ଫାଉଣ୍ଡେସନର ସଭାପତି ସମାଜସେବୀ ମାନସ ରଂଜନ ଧଳଙ୍କ ନେତୃତ୍ୱରେ ଆଜି ବୁଧବାର ବାଲେଶ୍ୱର ଜିଲାର ଜଳେଶ୍ୱର ସହରରୁ ଆରମ୍ଭ କରି ହଳଦୀପଦା ବାଇପାସ୍ ପର୍ଯ୍ୟନ୍ତ ଦିନ ତମାମ୍ ରାସ୍ତାର ଦୁଇପଟେ ଅସହାୟ ମାନଙ୍କୁ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟରେ ଅନୁଷ୍ଠାନର ସଂପାଦକ ସୁବାଶିଷ ମାନସ ରଂଜନ ରାଉଳ, ସୁଜିତ୍ କୁମାର କାମିଳା, ପ୍ରଶାନ୍ତ କୁମାର ବେହେରା, ଅମିତ୍ ପ୍ରଧାନ, ମହାପ୍ରସାଦ ପାତ୍ର, ସୁଦର୍ଶନ ପରିଡା, ବିଶ୍ୱଜିତ୍ କରଣ, ହରିଚନ୍ଦ ଦେ, ରଂଜନ କୁମାର ଜେନା, ଚନ୍ଦନ କୁମାର ପରିଡଠା, ନଗେନ୍ଦ୍ର ନାଥ ବାରିକ ପ୍ରମୁଖ ଯୋଗ ଦେଇ ସହାୟତାର ହାତ ବଢାଇଥିଲେ । ଆଗାମୀ ଦିନରେ ଫାରଉଣ୍ଡେସନ ପକ୍ଷରୁ ବିଭିନ୍ନ ଉତ୍ସବରେ ବଳକା ହେଉଥିବା ଖାଦ୍ୟକୁ ସଂଗ୍ରହ କରି ଭୋକିଲା ମାନଙ୍କୁ ବଣ୍ଟନ କରିବା ପାଇଁ ସେ ସହଯୋଗ ଲୋଡିଛନ୍ତି ।