ହେଲ୍ପ ଫର ୟୁ ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶ୍ୟାମନଗର ପଂଚାୟତର ଛୋଟ ବେଗୁନିଆ ଗ୍ରାମରେ ହେଲ୍ପ ଫର ୟୁ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧା ବାପା ମାକୁ କମ୍ବଳ ବଣ୍ଟନ କରାଯାଇଛି । ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ଧଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟରେ ସୁବାଶିଷ ମାନସ ରଂଜନ ରାଉଳ, ପ୍ରଶାନ୍ତ କୁମାର ବେହେରା, ଅମିତ୍ କୁମାର ପ୍ରଧାନ, ଘନଶ୍ୟାମ ପାତ୍ର, ପ୍ରବୀର ଦାସ, ମହାପ୍ରସାଦ ପାତ୍ର, ଅତନୁ ବେହେରା, ତପନ ଦେ, ମାଧବେନ୍ଦ୍ର ପାତ୍ର, ହରିଚନ୍ଦନ ଦେ, ଜୟକୃଷ୍ଣ ବେହେରା, ଦୁର୍ଗା ହାଁସଦା, ତପନ କୁମାର ଧଳ, ରାମଚନ୍ଦ୍ର ଦତ୍ତ, ସନ୍ତୋଷ ଦାସ, ପରେଶ ପାତ୍ର, ଯଜାତିକେଶରୀ ରାଜ, ନରେନ୍ଦ୍ର ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି ।