ହେଲ୍ପ ଫର ୟୁ ଫାଉଣ୍ଡେସନ ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଶରସୀଦାଠାରେ ଥିବା ଆନନ୍ଦାୟନ କନ୍ୟାଶ୍ରମରେ ହେଲ୍ପ ଫର ୟୁ ଫାଉଣ୍ଡେସନ ଉଦ୍‌ଘାଟିତ ହୋଇଯାଇଛି । ଅଧୁନା ସମାଜରେ ଅବହେଳିତ ରାସ୍ତାରେ ବୁଲୁଥିବା ବୃଦ୍ଧ/ବୃଦ୍ଧା ସାହାଯ୍ୟ କରିବା ପାଇଁ ଜଳେଶ୍ୱର ଅଂଚଳରେ ସେବାଶ୍ରମ ଆବଶ୍ୟକ ଥିଲା । ସମାଜସେବୀ ତଥା ଫାଉଣ୍ଡେସନର ସଭାପତି ମାନସ ଧଳଙ୍କ ଅକ୍ଳାନ୍ତ ଚେଷ୍ଟାରେ ଆଜି ତାର ଶୁଦ୍‌ଘାଟନରେ ଉଦ୍‌ଘାଟକ ଜଳେଶ୍ୱର ଥାନା ଆଇଆଇସି ମାନସ ଦେଓ, ସମାଜସେବୀ ମମି ପଣ୍ଡା, ଅତିଥି କାଂଚନବାଳା ପରିଡା, ରାମଚନ୍ଦ୍ର ସିଂ, ଶ୍ରୀକାନ୍ତ ଜେନା, ଗଦାଧର ପରିଡା ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଅନୁଷ୍ଠାନର କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ସତ୍ୟବ୍ରତ ପରିଡା (ମୁନା) ଆଗାମୀ ଦିନରେ ବୃଦ୍ଧାଶ୍ରମ ପାଇଁ ଜାଗାଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଗାମୀ ଦିନରେ ଭୋକିଲା ପେଟକୁ ଦାନା, ରାଜରାସ୍ତାରେ ବୁଲୁଥିବା ଅସହାୟ ବ୍ୟକ୍ତିମାନଙ୍କୁ ସେବା ପ୍ରଦାନ, ବିବାହ ଭୋଜି ଅବସରରେ ବଳକୁ ଖାଦ୍ୟକୁ ଆଣି ଗରିବ ଦୁଃଖିଙ୍କୁ ବଣ୍ଟନ । ବୃଦ୍ଧବୃଦ୍ଧାଙ୍କୁ ଆଶ୍ରମରେ ରଖି ସେବା ପ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ ସଂପର୍କରେ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ସଭାରେ ଉପସଭାପତି ସୁଜିତ କାମିଳା, ସଂପାଦକ ଶୁଭାଷିଶ ମାନସ ରଂଜନ ରାଉଳ, ପ୍ରଶାନ୍ତ ବେହେରା, ଗତିକୃଷ୍ଣ ପ୍ରଧାନ ପ୍ରମୁଖ ବହୁ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ପରିଚାଳନା କରିଥିଲେ । ଉପଦେଷ୍ଟା ହେମନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ, ଶିଶୁ ମାନଙ୍କୁ ପାଠ୍ୟପୋକରଣ ଏବଂ ଖାଦ୍ୟ ବଣ୍ଟନ କରାଯାଇଥିଲା ।