ହେଲ୍ପ ଫର ୟୁ ଫାଉଣ୍ଡେସନକୁ ତାଲିମ୍ ଦେଲେ ଉତ୍ତର ବାଲେଶ୍ଵରର ୧୦୮ ଆମ୍ବୁଲାନ୍ସ ଟିମ୍…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସ୍ଵାସ୍ଥ୍ୟ ହିଁ ସମ୍ପଦ, ହେଲ୍ପ ଫର ୟୁ ଫାଉଣ୍ଡେସନ, ଜଳେଶ୍ଵର ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରି ଓଡ଼ିଶାର କୋଣ ଅନୁକୋଣରେ ବେଶ ପ୍ରଶଂସନୀୟ ହେଉଥିଲା ବେଳେ କିଛି ଦିନ ପୂର୍ବରୁ ମହାନ ଉଦ୍ଦେଶ୍ୟ ନେଇ କୋଭିଡ ସମୟରେ ମଣିଷ ମଣିଷକୁ ଛୁଉଁ ନ ଥିଲା ବେଳେ ସାମାଜିକ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ ୭୦ ଜଣଙ୍କ ଜୀବନ ବଞ୍ଚାଇଥିଲେ, ରୋଗକୁ ଘୃଣା କରିବା ମାତ୍ର ରୋଗୀକୁ ନୁହେଁ । ତେଣୁ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ବାସୁଳିଆ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ନେଇ ସୁସ୍ଥ କରିବାର ଭୂମିକା ବେଶ ଅତୁଳନୀୟ ଥିଲା । ହେଲ୍ପ ଫର ୟୁ ଫାଉଣ୍ଡେସନ ଖାଲି ସେତିକି କାର୍ଯ୍ୟ କରିନି, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ କାର୍ଯ୍ୟ କରି ବେଶ ପ୍ରଶଂସିତ ହେଉଛି, ହେଲ୍ପ ଫର ୟୁ ଫାଉଣ୍ଡେସନ । କର୍ମକର୍ତ୍ତା ମାନଙ୍କର ନିଃସ୍ଵାର୍ଥପର ସମାଜସେବା କାର୍ଯ୍ୟରେ ପ୍ରେରିତ ହୋଇ ଉତ୍ତର ବାଲେଶ୍ଵରର ଆମ୍ବୁଲାନ୍ସ ଟିମ୍ ୧୦୮, କ୍ଲଷ୍ଟର ଲିଡର ସେକ ମଞ୍ଜୁରୁଦ୍ଦିନଙ୍କ ଅଧିନରେ ହେଲ୍ପ ଫର ୟୁ ଫାଉଣ୍ଡେସନକୁ ସ୍ଵାସ୍ଥ୍ୟ ସମ୍ବନ୍ଧିତ ତାଲିମ ଦିଆଯାଇଛି । ଏଥିରେ ସତ୍ୟରଞ୍ଜନ ପାଳ(ଇଏମଟି), ବିକାଶ ମହାନ୍ତ (ଆଟେଣ୍ଡେଣ୍ଟ) ଉପସ୍ଥିତ ରହି ସମାଜସେବୀ ମାନଙ୍କୁ ତାଲିମ ଦେଇଥିଲେ । ଏହି ତାଲିମ ପାଇ ହେଲ୍ପ ଫର ୟୁ ଫାଉଣ୍ଡେସନ ଆହୁରି ଭଲ ସେବା ଯୋଗାଇବ ବୋଲି ହେଲ୍ପ ଫର ୟୁ ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ଧଳ ପ୍ରକାଶ କରିଛନ୍ତି କହିବା ସହିତ ୧୦୮ ଉତ୍ତର ବାଲେଶ୍ଵରର ଟିମକୁ ଧନ୍ୟବାଦ ଜଣାଇଛନ୍ତି । ଏହି ତାଲିମରେ ହେଲ୍ପ ଫର ୟୁ ଫାଉଣ୍ଡେସନର ସଦସ୍ୟ ପ୍ରଦୀପ ପାତ୍ର, ତରୁଣ କୁମାର ନାଥ, ପ୍ରଶାନ୍ତ କୁମାର ବେହେରା, ସନ୍ତୋଷ କୁମାର ବେହେରା, ଜ୍ୟୋତି ପ୍ରକାଶ ବାରିକ୍, ପ୍ରିତମ କୁମାର ଦାସ, ସମ୍ୟରଞୀନ ଘଡେ଼ଇ, ନଗେନ୍ଦ୍ର ନାଥ ବାରିକ, ସୁଶାନ୍ତ ସାହୁ, ନିରଞ୍ଜନ ଜେନା, ଦେବରଞ୍ଜନ ଦାସ, ମହାପ୍ରସାଦ ପାତ୍ର, ତପନ କୁମାର ଦେ, ଗୈାରିଶଙ୍କର ସିଟ୍, ଚିନ୍ମୟ ପ୍ରମାଣିକ, ସୁଶାନ୍ତ କରଣ ପ୍ରମୁଖ ଉପସ୍ଥିତ ରହି ତାଲିମ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି । ଏହି ତାଲିମ ଫାଉଣ୍ଡେସନର ମେମ୍ବର ମାନଙ୍କୁ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟ କରିବା ପାଇଁ ସହଜ ହେବ ଏବଂ ଅନ୍ୟର ଜୀବନ ବଞ୍ଚାଇବାରେ ସହାୟ ହେବ ବୋଲି ଆଶା ରଖିଛି ସଙ୍ଗଠନ ଓ ଆଗାମୀ ଦିନରେ ଅନ୍ୟ ବିପର୍ଯ୍ୟୟ ପାଇଁ ସେବା କରିବାର ଆଗ୍ରହ ମଧ୍ୟ ବଢିବ ।

ରିପୋର୍ଟ : ଭୂପତି ପରିଡା