ହିଟ୍‌ ହେଲାଣି ଫିଲ୍ମ ‘ଇସ୍କ୍‌ ପୁଣିଥରେ’ର ଗୀତ

ଭୁବନେଶ୍ୱର: ଆଗାମୀ ଗଣେଶ ପୂଜାରେ ରିଲିଜ୍‌ ହେବ ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଓଡ଼ିଆ ଫିଲ୍ମ ‘ଇସ୍କ୍‌ ପୁଣିଥରେ’। ଏଥିରେ ଅରିନ୍ଦମ୍‌ ଏବଂ ଏଲିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତେବେ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମର କିଛି ଗୀତ ହିଟ୍‌ ହୋଇଗଲାଣି। ନିକଟରେ ‘ଇସ୍କ୍‌ ପୁଣିଥରେ’ର ଏକ ରୋମାଣ୍ଟିକ୍‌ ଟ୍ରାକ୍‌ ‘ଧିରେ ଧିରେ’ ରିଲିଜ୍‌ ହୋଇଛି। ଏହି ଗୀତର ଦୃଶ୍ୟରେ ଅରିନ୍ଦମ୍‌ ଏବଂ ଏଲିନା, ଉଭୟଙ୍କୁ ବେଶ୍ ରୋମାଣ୍ଟିକ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ସୁନ୍ଦର ଲୋକେସନ୍‌ରେ ମଧ୍ୟ ଗୀତଟିର ସୁଟିଂ ହୋଇଛି। ଏହି ଗୀତକୁ ୟୁଟ୍ୟୁବ୍‌ରେ ଏପର୍ଯ୍ୟନ୍ତ ୩ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।ସୂଚନାଯୋଗ୍ୟ ‘ଇସ୍କ୍‌ ପୁଣିଥରେ’ ୨୦୧୫ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ଇସ୍କ ତୁ ହି ତୁ’ ଫିଲ୍ମର ସିକ୍ୱେଲ୍‌। ଫିଲ୍ମର ନିର୍ଦ୍ଦେଶନା ଜ୍ୟୋତି ଦାସ ଦେଇଛନ୍ତି।