ହିଞ୍ଜିଳି ବ୍ଲକରେ ଓଡିଶା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ବଂଟନ

ହିଞ୍ଜିଳିକାଟୁ ; ହିଞ୍ଜିଳିକାଟୁ  ବ୍ଲକରେ ୨୪୬୨ ଓ ପୌରାଂଚଳରେ ୩୩୧ ଜଣଙ୍କୁ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରିଙ୍କୁ କାର୍ଡ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ସିଦ୍ଧାର୍ଥ ଶେଖର ସ୍ୱାଇଁ ଯୋଗଦେଇଥିଲେ। ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ପରିଚାଳନା କରିଥିବା ବେଳେ  ଏହି କାର୍ଯ୍ୟକ୍ରମରେ ତହସିଲଦାର ଗୋପିନାଥ କୁଅଁର,ଥାନାଅଧିକାରୀ ପ୍ରଶାନ୍ତ କୁମାର ସାହୁ,ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧୀ ଶରତ ଚନ୍ଦ୍ର ମହାପାତ୍ର,ବ୍ଲକ ଅଧ୍ୟକ୍ଷ ଏନ୍.ରଘୁନାଥ, ଡି.ବିଶ୍ୱନାଥ, ସୁରେନ୍ଦ୍ର ପ୍ରଧାନ, ପବିତ୍ର ମୋହନ ପାଣିଗ୍ରାହୀ,ସଞ୍ଜୟ କୁମାର ପଣ୍ଡାଙ୍କ ସମେତ ବ୍ଲକ କର୍ମଚାରୀ ଓ ଅଂଚଳବାସୀ ଉପସ୍ଥିତ ରହିଥିଲେ ।