ହିଞ୍ଜିଳିରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ କ୍ରସ ତରଫରୁ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ଅଧ୍ୟକ୍ଷା ଡ଼ ଅମିତା ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା ଯୋଗ ଦେଇ ଭୋଟର ସଚେତନତା ବିଷୟରେ ବୁଝାଇଥିଲେ I ମୁଖ୍ୟ ବକ୍ତା ଏ ବିଡ଼ିଓ ଶ୍ରୀ ଅରୁଣ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଗଣ୍ଡଳା ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇ ସଚେତନତା ବିଷୟରେ ପିଲାମାନଙ୍କୁ ବୁଝାଇ ଥିଲେ I ଏହି କାର୍ଯ୍ୟକ୍ରମ କୁ ଶ୍ରୀ କାଳୁ ଚରଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀ ମାନସ ରଞ୍ଜନ ପଟନାୟକ ଧନ୍ୟବାଦ ପ୍ରଦାନ କରି ଥିଲେ I ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ କର୍ମ କର୍ତ୍ତା ଅଂଶ ଗ୍ରହଣ କରି ଥିଲେ I

ହିଞ୍ଜିଳିକାଟୁରୁ ରଜତ ପଟ୍ଟନାୟକଙ୍କ ରିପୋର୍ଟ