ହିଞ୍ଜିଳିକାଟୁ ଶଙ୍କର ଆଖି ହସ୍ପିଟାଲ୍ ରେ ସ୍ବେଛାସେବୀଙ୍କ ମିଳିତ ବୈଠକ ଅନୁଷ୍ଠିତ

ହିଞ୍ଜିଳିକାଟୁ, (ସମୃଦ୍ଧଓଡିଶା)ଆଜି ୩୦ତାରିଖ ଶନିବାର ସମରଝୋଳ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟ ପରିସରରେ ଡାକ୍ତର.ସୁଦୀପ ଦାସଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ ସଦସ୍ୟଙ୍କ ମୀଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳି କାଟୁ ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ହିଞ୍ଜିଳି ପୋଲିସ୍ ଅଧିକାରି ଶ୍ରୀ ଶ୍ରୀନିବାସ ସେଠି ଯୋଗ ଦେଇଥିବବେଳେ ସମ୍ମାନନୀୟ ଅତିଥି ଭାବେ ରାଜ୍ୟ କୃଷିଜାତ ଦ୍ରବ୍ୟ ବିପଣନ ବୋର୍ଡ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ , ଜିଲ୍ଲା ଯୋଜନା କମିଟି ଏକ୍ସପର୍ଟ ସଦସ୍ୟ ଏନ୍.ରଘୁନାଥ , ସି.ଇ.ଓ. ଜନାର୍ଦ୍ଧନ , ବିପି.ଜାନି, ଏସ.ବିଶ୍ଵନାଥ, ଭି.ଲକ୍ସମନ୍,ଡ଼ାଇରେକ୍ଟର୍ ଭି ଶଙ୍କର , ସୁରେଶ ଗୁରୁମଣି ଏସ ଏନ୍.ବାଲ୍ ସୁବ୍ରମଣ୍ୟମ, ଶ୍ରୀ ମଙ୍ଗଲଚାନ୍ଦ୍, ଜେ.ବାବୁ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ପ୍ରୀତି ସାହୁ, ବାଇ ଗୀତାଞ୍ଜଳି ଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ l ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ସାମାଜିକ ସଙ୍ଗଠନ ‘ସଚେତନ ନାଗରିକ ସଙ୍ଘ,ଓଡ଼ିଶା’ର ବିଭିନ୍ନ ସ୍ଥାନରୁ ଆସିଥିବା କ୍ୟାମ୍ପ ସଦସ୍ୟ ମାନଙ୍କର ସମାଜ ପ୍ରତି ତାଙ୍କ ନିଷ୍ଠା ଏବଂ ସେବା ମନୋଭାବ ଲାଗି ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ହସ୍ପିଟାଲ୍ ର ସମସ୍ତ କର୍ମଚାରୀ ସହୋଯୋଗ କରିଥିବାବେଳେ ଶ୍ରୀ ବି.ଶ୍ରୀନିବାସ ପରିଚାଳନା କରିଥିଲେ l

ରିପୋର୍ଟ – ରଜତ ପଟ୍ଟନାୟକ