ହିଞ୍ଜିଳିକାଟୁ ବ୍ଲକ୍ ସିକିରି ଗ୍ରାମ ପଞ୍ଚାୟତରେ ସଚେତନତା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓ଼ଡିଶା)ହିଞ୍ଜିଳିକାଟୁ ବ୍ଳକ ସିକିରି ଗ୍ରାମପଞ୍ଚାୟତ ର ସରପଞ୍ଚ ସୁରେଶ ବରଡ ଙ୍କ ତତ୍ବାବଧାନରେ ଆମ ଓଡ଼ିଶା ନବୀନ ଓଡ଼ିଶା ,ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ବିପନ୍ନ ବୋର୍ଡ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ, ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ ଡି ବିଶ୍ଵନାଥ, ଜିଲ୍ଲା ଯୋଜନା ବୋର୍ଡ ଉପଦେଷ୍ଟା ଏନ୍ ରଘୁନାଥ ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଏଳl ସୁଦର୍ଶନ, ବିଜେଡି ନେତା ବାଇ ରାମଚନ୍ଦ୍ର, ବ୍ଲକ୍ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ଆତ୍ମା ଚେୟାରମେନ ଗନ୍ତାଦଳେଇ, ବ୍ଲକ୍ ଉପାଧ୍ୟକ୍ଷ ସୁନିଲ୍ କୁମାର ଗନ୍ତାୟତ ଓ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ l ହିଞ୍ଜିଳିକାଟୁ ବ୍ଲକ୍ ର ଏ, ବି, ଡି, ଓ ଅରୁଣ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ବି . ଏଫ୍.ଟି ବୃନ୍ଦାବନ ଗୌଡ ଅତିଥି ପରିଚୟ କରାଇଥିଲେ l P.E.O ଯୁଧିଷ୍ଠିର ରେଡ୍ଡୀ ଙ୍କ ସହାୟତାରେ ଅତିଥି ମାନଙ୍କୁ ଉପଢୋକନ୍ ଓ ପୁଷ୍ପ ଦେଇ ସମ୍ମାନୀତ କରାଯାଇଥିଲା l ସ୍ବାସ୍ଥ୍ୟ ବିଭାଗ,ମିଶନ ଶକ୍ତି ବିଭାଗ, ସୂଚନା କେନ୍ଦ୍ର, ମହିଳା ଓ ଶିଶୁ ବିକାଶ କେନ୍ଦ୍ର , ଭୋଟର ସଚେତନତା କେନ୍ଦ୍ର, କୃଷି ଓ ଉଦ୍ୟାନ ବିଭାଗ, ସମସ୍ତ ବିଭାଗ ର କର୍ମକର୍ତ୍ତା ଓ ଅତିଥି ଙ୍କ ଉପସ୍ଥିତ ରେ ଦୀପ ପ୍ରଜ୍ଜ୍ୱଳନ ହୋଇଥିଲା । ଏହାପରେ ସମସ୍ତ କର୍ମଚାରୀ ଙ୍କୁ ଉପଢ଼ୌକନ ସହ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମର କୁନି କୁନି ପିଲାମାନଙ୍କୁ ନେଇ ରଙ୍ଗା ରଙ୍ଗ ଓ ନୃତ୍ୟ ପରିବେଷଣ ହୋଇଥିଲା। ପଞ୍ଚାୟତର ଦୁଇ ହଜାର ରୁ ଉର୍ଦ୍ଧ ଜନସମାଗମ ଦେଖିବାକୁ ମିଳିଥିଲା। ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପଞ୍ଚାୟତ ର ଉନ୍ନତି ବିକାଶ ଉପରେ ଲୋକଙ୍କୁ ବୁଝାଇଥିଲେ l କାର୍ଯ୍ୟକ୍ରମ ଦେଖି ଅଞ୍ଚଳ ବାସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଯୋଗାଣ ସହାୟକ, ଗ୍ରାମ ରୋଜଗାର ସେବକ, ଗାଁ ସାଥି, ଅଙ୍ଗନବାଡ଼ି, ଆଶା କର୍ମୀ, ଏସ ହେଚ ଜି ମହିଳା ଓ ସମସ୍ତ କର୍ମଚାରୀ ସାହୋଯୋଗ କରିଥିଲେ l

ରିପୋର୍ଟ : ରଜତ ପଟ୍ଟନାୟକ