ହିଞ୍ଜିଳିକାଟୁ ପୋଲିସ ପକ୍ଷରୁ ୩୨ତମ ସଡକ ସୁରକ୍ଷା ଦିବସ ପାଳିତ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ପୋଲିସ ପକ୍ଷରୁ ୩୨ତମ ସଡକ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଜାତୀୟ ସଡକ ସୁରକ୍ଷା ମାସ ଜାନୁଆରି ୧୮ରୁ ଫେବୃଆରୀ ୧୭ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ସୂଚନା ମିଳିଛି । ଏହି ପରିପେକ୍ଷିରେ ସ୍ଥାନୀୟ ସହରର ନୂତନ ବସ ଟର୍ମିନାଲ ପରିସରରେ ୩୨ତମ ସଡକ ସୁରକ୍ଷା ଦିବସ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ, ଦକ୍ଷିଣାଞ୍ଚଳ ଉପ ପରିବହନ କମିଶନର ଲାଲ୍ ମୋହନ ସେଠୀ, ଏମଭିଆଇ ଶିବ ପ୍ରସାଦ ଚୌଧୁରୀ, ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡା, ପୋୖର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଅତିଥି ଭାବେ ଯୋଗଦେଇ ଅଭିଭାଷଣରେ ସଡକ ସୁରକ୍ଷା ଜୀବନ ରକ୍ଷାର ସଚେତନ ବାର୍ତ୍ତା ରଖିଥିଲେ । ଜାନବାହାନ ଚଳାଇବା ବେଳେ ହେଲେମେଟ ପିନ୍ଧିବା ଓ ଚାରିଚାକିଆ ଯାନ ଚାଳକମାନଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ନିହାତି ଜରୁରୀ, ଗାଡି ଧୀରେ ଚଳାଇବା, ଗାଡି ଚଳାଇବା ବେଳେ ମଦ୍ୟପାନ ନ କରି ଗାଡି ଚଲାଇବା ପାଇଁ ଅତିଥି ବୃନ୍ଦ ମାନେ ଜନ ସାଧାରଣମାନଙ୍କୁ ଅନୁରୋଧ କରିଥିଲେ । ଅମାନିଆ ଗାଡି ଚାଳକ ମାନଙ୍କ ପାଇଁ ଉଚ୍ଚ ଜରିମାନା ଆଦାୟ କରାଯିବ ବୋଲି ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଚୌଧୁରୀ ମତ ପ୍ରକାଶ କରିଛନ୍ତି । ପରେ ନୂତନ ବସ ଟର୍ମିନାଲ ଠାରୁ ଏକ ସାଇକଲ ରାଲୀରେ ତିରଙ୍ଗା ଯୁବକ ସଙ୍ଘର ବହୁ ସଦସ୍ୟ ଏବଂ ପୌର ପରିଷଦ କର୍ମଚାରୀ, ପୋଲିସ କର୍ମଚାରୀ ଏକତ୍ରିତ ହୋଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଚୌଧୁରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ବିଭିନ୍ନ ସଦସ୍ୟମାନେ ପ୍ଲାକାର୍ଡ ଧରି ସଡକ ସୁରକ୍ଷା ଜୀବନ ରକ୍ଷାର ସ୍ଲୋଗାନ ନାରା ଦେଇ ସହର ପରିକ୍ରମା କରି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଛକ ନିକଟରେ ପହଞ୍ଚିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା