ହିଞ୍ଜିଳିକାଟୁ ଥାନା ଚୋରୀ ମୋବାଇଲ ଉଦ୍ଧାର କରି ଫେରସ୍ତ କଲା …

ହିଂଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମଜିଲ୍ଲା ହିଂଜିଳିକାଟୁ ଥାନାରେ ଲୁଟ୍ ହୋଇ ଥିବା ମୋବାଇଲ୍ ଗୁଡ଼ିକୁ ଉଦ୍ଧାର କରାଯାଇ ଲୋକଙ୍କୁ ଫେରସ୍ତ କରାଯାଇଥିଲା। ଏହାର ଫେରସ୍ତ ପାଇଁ ଏକ ମୋବାଇଲ ମେଳାର ଆୟୋଜନ କରାଯାଇଥିଲା । ଲୋକମାନେ ନିଜ ନିଜର ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ଚୋରି ହୋଇଥିବା ମୋବାଇଲକୁ ଫେରି ପାଇବା ପରେ ବେଶ୍‌ ଖୁସି ହୋଇଛନ୍ତି । ବିଶେଷ କରି ହିଂଜିଲି ପୋଲିସର ଜନସାଧାରଣଙ୍କ ପ୍ରତି ଏହି ସେବା ମନୋଭାବକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।ଏଥିସହ ହିଂଜିଳି ଥାନାରେ ଆୟୋଜିତ ଏହି ମେଳାରେ ଚୋରି ହୋଇଥିବା ଲୋକଙ୍କ ୧୮ଟି ମୋବାଇଲ ଫୋନ ଫେରାଯାଇଛି ଓ ଆଗାମୀ ଦିନରେ୧୫ଟି ଫୋନ ଫେରା ଯିବ ବୋଲି ପୋଲିସ କହିଛି । ତେବେ ମୋବାଇଲ ଚୋରି ଘଟଣାରେ ସାମିଲ୍ ଥିବା ଅଭିଯୁକ୍ତମାନଙ୍କୁ ମଧ୍ୟ ବିଗତ ଦିନରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ମୋବାଇଲ ମେଳା କାର୍ଯ୍ୟକ୍ରମରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ,ଏସ ଆଇ ସିଦ୍ଧାର୍ଥ ଶଙ୍କର ଜେନା, ହାବିଲଦାର ପ୍ରମୋଦ ଗନ୍ତାୟତ,କନେଷ୍ଟେବଲ ସରୋଜ କୁମାର ରଣସିଂ ସହ ଥାନାର କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ୍__ ରଜତ ପଟ୍ଟନାୟକ