ସ୍ୱାବଲମ୍ବନ ଓ କର୍ମକ୍ଷମ ଲାଗି ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ପଂଚାୟତ କାର୍ଯ୍ୟାଳୟ ଠାରେ ଓରମାସ୍ ଦ୍ୱାରା ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବନ ଓ କର୍ମକ୍ଷମ ହେବାଲାଗି ଦକ୍ଷତା ବିକାଶ ସଂପର୍କରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକସ୍ତରୀୟ ପରାମର୍ଶ ଶିବିରରେ ବ୍ଳକ ସଂଯୋଜକ ଚନ୍ଦନ ନାଥ ଯୋଗ ଦେଇ ଡିଡିୟୁ-ଜିକେୱାଇ ସଂପର୍କରେ ସୂଚନା ଓ ପ୍ରଶିକ୍ଷଣ ଦେଇଥିଲେ । ସରପଂଚ ସତ୍ୟରଂଜନ ଦାସଙ୍କ ଅଧ୍ୟକ୍ଷତାରେ ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରବୋଧ ବାରିକ, ମହାସଂଘର ସଭାନେତ୍ରୀ ପୁଷ୍ପଲତା ଦତ୍ତ, ସଂପାଦିକା ସିବେତ୍ରୀ ବେହେରା, ଏମ୍‌ବିକେ ସୁମତି ବିଶ୍ୱାଳ ଓ ଓଏଲ୍‌ଏମ୍ ସୁବ୍ରତ ବାବୁ ଏବଂ ସମସ୍ତ ସିଆରପି, ପ୍ରାଣିମିତ୍ର ଓ କୃଷି ମିତ୍ର ଉପସ୍ଥିତ ଥିଲେ । ଏଥିରେ ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ଲକ୍ଷ୍ମଣନାଥ, ଗୋବରଘଟ୍ଟା ପଂଚାୟତର ଯୁବକଯୁବତୀମାନେ ପ୍ରଶିକ୍ଷଣ ନେଇଥିଲେ ।

ରିପୋର୍ଟ : ଭୂପତି ପରିଡା