ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ସମାରୋହକୁ ୭ ଦିନ ବ୍ୟାପି ପାଳିବାକୁ ନିଷ୍ପତି ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନଙ୍କୁ ସାମିଲ ହେବାକୁ ଅନୁରୋଧ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଅଗଷ୍ଟ ୧୫ ତାରିଖରେ ଆମ ଭାରତବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସର୍ବତ୍ର ଅମୃତ ମହୋତ୍ସବ ପାଳିତ ହେଵାକୁ ଯାଉଛି । ସରକାରୀ ଓ ବେସରକାରୀ ସ୍ତରରେ ସ୍ୱାଧୀନତାର ଅମୃତ ମହୋତ୍ସବ ମହା ସମାରୋହରେ ସମଗ୍ର ଭାରତ ବର୍ଷରେ ପାଳନ ହେବାର ସିଦ୍ଧାନ୍ତ ହୋଇଛି । ଦେଶର ସ୍ୱାଧୀନତା ପାଇଁ ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଅସଂଖ। ଦେଶପ୍ରେମୀ ଆନ୍ଦୋଳନକାରୀ ମାନଙ୍କୁ ଲହୁ ଲୁହ ତଥା ଆତ୍ମବଳୀ ଦାନ ଦେବାକୁ ହୋଇଛି । ସେହି ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ଆଜିର ଭାରତ ବାସୀ ଅମୃତ ମହୋତ୍ସବ ପାଳନ ଅବସରରେ ସେହି ମହାନ ଦେଶପ୍ରେମୀ ମାନଙ୍କୁ ସ୍ମରଣ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କ ହୃଦୟ ଭିତରେ ଦେଶ ପ୍ରେମ ଜାଗ୍ରତ କରିବାର ସମୟ ଆସିଛି । ତେଣୁ ଆଜି ଦେଶବାସୀ ମାନଙ୍କୁ ଆହ୍ୱାନ କରାଯାଉଛି ଯେ, ସେମାନେ ତାଙ୍କ ଘରେ ବା ତାଙ୍କ ପ୍ରତିଷ୍ଠାନରେ ସ୍ୱାଧୀନତା ଦିବସ ଦିନ ତ୍ରିରଙ୍ଗା ଉତ୍ତୋଳନ କରିବା ପାଇଁ ଅନୁରୋଧ । ଆମେ ଜଳେଶ୍ୱରରେ ବ୍ଲକ ସ୍ତରୀୟ ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ବ୍ୟାପି ପାଳନ କରିବା ପାଇଁ ସ୍ଥିରୀକୃତ ହୋଇଛି । ତ୍ରିରଙ୍ଗା ଯାତ୍ରା, ବକ୍ତୃତା ପ୍ରତିଯୋଗିତା, ଆଲୋଚନା ଚକ୍ର, ୭୫ ଦ୍ବୀପ ପ୍ରଜ୍ବଳନ ଇତ୍ୟାଦି । ଯେଉଁ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷ ଏହି କାର୍ଯ୍ୟ କ୍ରମରେ ସାମିଲ ହବାକୁ ଚାହୁଁଛନ୍ତି , ସେମାନେ ନିମ୍ନଲିଖିତ ମୋବାଇଲ ନମ୍ବର ରେ ଯୋଗା ଯୋଗ କରିବାକୁ ଅନୁରୋଧ କରାଯାଇଛି । କାର୍ଯ୍ୟସୂଚୀ :- ତା-୦୬/୦୮/୨୦୨୨-ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା “ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଦେଶ ପାଇଁ ଅବଦାନ” ବିଷୟ ବସ୍ତୁ ଉପରେ ବକ୍ତୃତା ସମାରୋହ । ତା-୧୩/୦୮/୨୦୨୨-ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କୁଇଜ୍ ଓ ଦେଶ ପ୍ରିତୀ ସଂଗୀତ ତଥା ଚିତ୍ରାଙ୍କନ  ଆୟୋଜନ କରାଯାଇଅଛି । ତା-୧୪/୦୮/୨୦୨୨- ଅନେକ ସ୍ୱେଚ୍ଛା ସେବୀ ଅନୁଷ୍ଠାନର ଯୁବକ ତଥା ସ୍କୁଲ କଲେଜ ଛାତ୍ର ମାନଙ୍କ ଦ୍ୱାରା ଜଳେଶ୍ୱର ସହରରେ ମୋଟର ସାଇକେଲ ରାଲି ସକାଳ ୯ ଟାରେ ହେବାର ବ୍ୟବସ୍ଥା କରାଯାଇଛି । ଏ ବାବଦରେ ଯୋଗାଯୋଗ କରିବା ପାଇଁ ମୋବାଇଲ ନମ୍ବର -୯୪୩୮୦୦୭୭୦୦, ୯୨୩୮୮୮୮୪୫୦ ଡଃ ରମାକାନ୍ତ ଭଞ୍ଜ,  ୯୩୩୭୦୭୪୦୫୨, ଆଇନଜୀବି ଚିନ୍ମୟ ଦାସ,  ୭୦୦୮୩୮୫୬୧୮ ଶୁଭ୍ରାଂଶୁ ଶେଖର ଦାସ ମହାପାତ୍ର, ୯୦୪୦୩୩୫୩୯୮,  ଡଃ ଅଜିତ କୁମାର ମହାନ୍ତି ଓ ୯୪୩୭୨୬୪୯୨୬, ଲେଲିନ କୁମାର ପ୍ରଧାନ ୯୨୩୮୮୮୮୪୫୦।
ରିପୋର୍ଟ : ଭୂପତି ପରିଡା