ସ୍ୱର୍ଗତ ସମୀରକାନ୍ତ ପାଣିଗ୍ରାହୀଙ୍କ ସ୍ମୁତିରେ ରକ୍ତଦାନ ଶିବିର ଅନୁଷ୍ଠିତ…

ସାନଖେମୁଣ୍ଡି(ସମୃଦ୍ଧ ଓଡିଶା)ରକ୍ତ ଦାନ ଭଳି ମହତ ପୂର୍ଣ୍ଣ ଦାନକୁ ସାକାର କରାଇବା ନିମିତ୍ତ ସରକାରୀ ସ୍ତରରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଜରିଆରେ ଖର୍ଚ୍ଚ ବହୁଳ ଉତ୍ସବ ମାନ ଆୟୋଜନ କରି ଜନସେଚତନତା ଜାଗ୍ରତ ସହ ରକ୍ତଦାନକୁ ସାର୍ବଜନୀକ ଆକୃଷ୍ଟତା କରାଯାଉଛି । ପରନ୍ତୁ ନିଜ ମେଧାବୀ ପୁତ୍ରର ରକ୍ତହୀନତା ଜନିତ ରୋଗ କାରଣରୁ ଅକାଳ ବିୟୋଗ ଘଟିବା ପରେ ମ୍ରିୟମାଣ ହୋଇଥିବା ମହାନଳା ବ୍ଲକ ସ୍ଥିତ ଶ୍ରୀ ତାରିଣୀ ଚରଣ ପାଣିଗ୍ରାହୀ ପୁତ୍ରର ତିରୋଧାନ ଦିବସକୁ ପବିତ୍ର ରକ୍ତଦାନ ଶିବିର ଆୟୋଜନ କରି ନିଜର ପୁତ୍ରପତି ଥିବା ଆତ୍ମୀୟ ଭବାବେଶକୁ ପ୍ରତିପାଦିତ କରୁଛନ୍ତି। ଏହି ଅବସରରେ ଆଜିର ତିଥି ପୁତ୍ରର ଶ୍ରାଦ୍ଧ ବାସିକ ଦିନକୁ ସ୍ମରଣୀୟ କରିବାକୁ ଯାଇ ରାଜ୍ୟ ରେଡକ୍ରସ ସହାୟତରେ ବ୍ଲକ କାର୍ଯ୍ୟଳୟ ସମ୍ମୁଖ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଅଛି। ସ୍ବର୍ଗତ ସମୀରକାନ୍ତ ପାଣିଗ୍ରାହୀଙ୍କ ସ୍ମୁତିରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମହାନଳା ଯୁବଗୋଷ୍ଠୀ ସହାୟତା କରିଥିଲେ। କକା ପଦ୍ମଚରଣ ପାଣିଗ୍ରାହୀ, ରାଧାରମଣ ପାଣିଗ୍ରାହୀ, ସାନଭାଇ ସରୋଜ କୁମାର ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଆୟୋଜିତ ଶିବିରରେ ସର୍ବ ମୋଟ ୩୭ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରେଡ଼କ୍ରସ ରକ୍ତ ଭଣ୍ଡାର ପକ୍ଷରୁ ପ୍ରଦୀପ କୁମାର ସୁବୁଦ୍ଧି, ଦେବାଶିଷ ପଣ୍ଡା, ରାମହରି ପଣ୍ଡା ଓ ବାବୁନି ବେହେରା ପ୍ରମୁଖ ରକ୍ତ ସଂଗ୍ରହରେ ସହାୟତା କରିଥିଲେ। ସମୀର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅର୍ଥନାଇକର ତଥା ପିତା ଶ୍ରୀ ତାରିଣୀ ଚରଣ ପାଣିଗ୍ରାହୀ ତତ୍ୱାବଧନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ବିଶିଷ୍ଟ ସମାଜସେବୀ, ସୁଶାନ୍ତ କୁମାର ନାୟକ, ପୂର୍ଣଚନ୍ଦ୍ର ପାଢ଼ୀ, ଅନିଲ ନାୟକ, ଦୁର୍ଗା ନାୟକ, ଲଷ୍ମୀନାରାୟଣ ପାତ୍ର, ଏସ ବଳରାମ ଦୋରା ପ୍ରମୁଖ ସହାୟତା କରିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ