ସ୍ୱର୍ଗତ ବେଣୁଧର ମିଶ୍ରଙ୍କ ୮ମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ମୃତିସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜିର ସମାଜରେ ଭଲ ମଣିଷ ଅଭାବ ପରିଲକ୍ଷିତ ହେଉଛି । ନିଜସ୍ୱ ବିଚାରଧାରା ପରିବର୍ତ୍ତନ ହୋଇପାରେ ମାତ୍ର ଅନ୍ୟର ମଙ୍ଗଳ କାମନା କରି ଭାବଭକ୍ତି ପରିବେଶ ସୃଷ୍ଟି କରୁଥିବା ବ୍ୟକ୍ତି ହେଉଛନ୍ତି ସ୍ୱର୍ଗତ ବେଣୁଧର ମିଶ୍ର ବୋଲି ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରା.ପ.ର ଉଣିଦା ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ସ୍ୱର୍ଗତ ବେଣୁଧର ମିଶ୍ରଙ୍କ ୮ମ ଶ୍ରାଦ୍ଧା ବାର୍ଷିକ ଅବସରରେ ଆୟୋଜିତ ସ୍ମୃତି ସଭାରେ ସାହିତ୍ୟିକ ବିପିନ ବିହାରୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ମୁଖ୍ୟବକ୍ତାରୂପେ ପୂର୍ବତନ ଅଧ୍ୟକ୍ଷ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ଯୋଗ ଦେଇ ଯୁବ ସମାଜକୁ ସ୍ୱର୍ଗତ ମିଶ୍ରଙ୍କ ଜୀବନ ଶୈଳୀ ଓ ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ସଂପର୍କରେ ପ୍ରେରଣା ଦେବାପାଇଁ ବିଭିନ୍ନ ସ୍କୁଲ ଏବଂ କଲେଜରେ ପ୍ରତିଯୋଗିତା ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ମିଶ୍ରଙ୍କ ପୁତ୍ର ପଣ୍ଡିତ ରବିନାରାୟଣ ମିଶ୍ର ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ ସିଦ୍ଧାର୍ଥ ଶଂକର ପାଳ ଅତିଥି ମାନଙ୍କୁ ମଂଚକୁ ଆହ୍ୱାନ କରିଥିଲେ । ଏହି ଅବସରରେ ପୂର୍ବତନ ପ୍ରଧାନ ଶିକ୍ଷକ ନବକୁମାର ଦାସ, ରାଜପୁର ସରପଂଚ ଦିଲ୍ଲିପ କୁମାର ପରିଡା, ଜାନକୀ ବଲ୍ଲଭ ସାହୁ, ବ୍ରଜବଲ୍ଲଭ ସାହୁ, ଦିଲ୍ଲିପ କୁମାର ଗିରି, ବରିଷ୍ଠ ସାମ୍ବାଦିକ ସୁକୁମାର ରଣା ଓ ଅବନୀ ଚାନ୍ଦ, ରବିନାରାୟଣ ଦାଶ ପ୍ରମୁଖ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ସମ୍ମାନୀତ ଅତିଥିରୂବେ ରାଜପୁର ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ ଓ ଶାଳିକୋଠା ସଂସ୍କୃତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. ଗୁରୁପ୍ରସାଦ ରାଉଳ ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କର ବିଭିନ୍ନ କାର୍ଯ୍ୟଶୈଳୀ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଶେଷର ଅନ୍ୟତମ ପୁତ୍ର ଡ. ସତ୍ୟନାରାୟଣ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥି ମାନେ ସ୍ୱର୍ଗତ ମିଶ୍ରଙ୍କର ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା