ସ୍ୱଚ୍ଛ କ୍ୟାମ୍ପସ୍ ରାଙ୍କିଂ -୨୦୧୮ରେ ତୃତୀୟ ସ୍ଥାନରେ ସୋଆ ବିଶ୍ଵବିଦ୍ୟାଳୟ

ଭୁବନେଶ୍ୱର (ଆକାଶ ମିଶ୍ର )-ଶିକ୍ଷାନୁଷ୍ଠାନ ପରିସରରେ ସ୍ୱଚ୍ଛତା ଲାଗି ଆଉ ଏକ ସଫଳତା ହାତେଇଛି ଶିକ୍ଷା ଓ ଅନୁସନ୍ଧାନ ଡିମ୍‍ଡ ବିଶ୍ୱବିଦ୍ୟାଳୟ । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ କ୍ୟାମ୍ପସ୍ ରାଙ୍କିଂ -୨୦୧୮ରେ ସମଗ୍ର ଦେଶରେ ତୃତୀୟ ସ୍ଥାନ ହାସଲ କରିଛି ସୋଆ । ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ପ୍ରଥମ ଜାତୀୟ ସ୍ତରର ୧୦ଟି ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇଛି ସୋଆ ।ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ମାନବସମ୍ବଳ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ୍ ସିଂ ସୋଆକୁ ପୁରସ୍କାର ଏବଂ ମାନପତ୍ର ଦେଇ ସମ୍ମାନ କରିଛନ୍ତି । ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ସିଧ୍ୟ୍ୟବ୍ରତ ଦାଶ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି ।ସେହିପରି ପୁର୍ବରୁ ନ୍ୟାସ୍ନାଲ୍ ଇନ୍‍ଷ୍ଟିଟ୍ୟୁସନାଲ ରାଙ୍କିଂ  ଫ୍ରେମ୍ୱର୍କରେ ବିଶ୍ୱବିଦ୍ୟାଳୟ ସ୍ତରରେ ସୋଆ ଦେଶରେ ୨୪ତମ ସ୍ଥାନ ହାସଲ କରିସାରିଥିବାବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ୩୮ ତମ ସ୍ଥାନ ହାସଲ କରିଛି ।ସୋଆ ଅଧିନରେ ଥିବା ୯ଟି ଅନୁଷ୍ଠାନରେ ପ୍ରାୟ ୧୦୦୦୦ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ଏବଂ ଗବେଷଣା କରୁଛନ୍ତି । ଏଠାରେ ଇଞ୍ଜିନିୟରିଂ, ମେଡିକାଲ୍ ସାଇନ୍ସେସ୍, ଡେଂଟାଲ୍ ସାଇନ୍ସେସ୍, ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ବାୟୋଟେକ୍ନୋଲୋଜି, ମ୍ୟାନେଜମେଣ୍ଟ,  ଆଇନ୍‍ଶିକ୍ଷା, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟ୍ୟୁରିଜିମ୍ ମ୍ୟାନେଜମେଣ୍ଟ ଏବଂ କୃଷିବିଜ୍ଞାନର କୋର୍ସ ରହିଛି ।ଶିକ୍ଷାନୁଷ୍ଠାନମାନଙ୍କରେ ସ୍ୱଚ୍ଛଭାରତ ମିଶନକୁ ପ୍ରୋତ୍ସାହନ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ୱଚ୍ଛ କ୍ୟାମ୍ପସ୍ ରାଙ୍କିଂ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।