ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର  (ସମୃଦ୍ଧ ଓଡିଶା)  ଚଳିତ ବର୍ଷ ଦକ୍ଷିଣାଞ୍ଚଳ ତଥା ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୬ତମ ସ୍ଵାଧୀନତା ଦିବସ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡିଆ ଠାରେ ନିରାଡ଼ମ୍ବର ଭାବେ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ପାଳନ କରାଯିବ । ଭିଡିଓ କନଫୋରେନସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଜାତୀୟ ଉତ୍ସବଟିକୁ  ସରସ ସୁନ୍ଦର ଭାବେ ସମସ୍ତ ନିୟମର ଅନୁପାଳନ କରି ପାଳନ କରିବାକୁ  ଉପ-ଜିଲ୍ଲାପାଳ ୱି.କୀର୍ତ୍ତି ୱାସନ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି  ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ  ଜଣାଇଥିଲେ । ପୂର୍ବ ବର୍ଷ ମାନଙ୍କରେ ଯେଉଁଭଳି ଭାବେ ପାଳିତ ହେଉଛି ସେହି ପରି ପାଳିତ ହେବ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଭାତ ଫେରି ରାମଧୂନ୍ ଗାନ ପୂର୍ବକ ବ୍ରହ୍ମପୁର ମହାନଗର ନିଗମ ସହର ପରିକ୍ରମା କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ସ୍ଵାଧୀନତା ଦିବସ  ସକାଳ ଘ. ୭.୩୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ  ।  ପୂର୍ବାହ୍ନ ଘ.୯.୧୫ମି. ସମୟରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା   ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ ଓ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିବେ ।  ପ୍ୟାରେଡ୍ ଅଭ୍ୟାସ, ପ୍ଯାରେଡ୍ ପଡିଆ ପ୍ରସ୍ତୁତି, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରାଯାଇଛି । କୌଣସି ଛାତ୍ର ଛାତ୍ରୀମାନେ ପ୍ୟାରେଡରେ ଭାଗ ନେଇ ପାରିବେ ନାହିଁ  ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ଅଂଶ ଗ୍ରହଣକାରୀ ଓ ଯୋଗ ଦେବାକୁ ଥିବା ଅତିଥିଗଣ ମାସ୍କ ପରିଧାନ ଏବଂ ସାନିଟାଇଜର କରି ଅଂଶ ଗ୍ରହଣ କରିବେ । ବୈଠକରେ ବ୍ରହ୍ମପୁର ଉପଖଣ୍ଡ ପୋଲିସ୍ ଅଧିକାରୀ ବିଷ୍ଣୁ ପ୍ରସାଦ ପତି, ରିଜର୍ଭ ଇନିସ୍ପେକ୍ଟର ଅଫ୍ ପୋଲିସ୍ ଦିଲୀପ କୁମାର ବେହେରା, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ମେଶ ଚନ୍ଦ୍ର ଦାସ, ଆସିଷ୍ଟାଣ୍ଟ ରେଜିଷ୍ଟର ଖଲିକୋଟ ବିଶ୍ଵବିଦ୍ୟାଳୟ  ତ୍ରିନାଥ ବାରିକ ଅତିରିକ୍ତ ଅଗ୍ନିଶମ ଅଧିକାରୀ  ପ୍ରଦୀପ କୁମାର ପଟ୍ଟନାୟକ,  ରାଜେନ୍ଦ୍ର କୁମାର ସାହୁ, ନିରଞ୍ଜନ ସାହୁ, ଲୋକନାଥ ଶତପଥୀ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା