ସ୍ଵର୍ଣ୍ଣପଦକ ଦୁଇ କ୍ରୀଡା ଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ବ୍ରହ୍ମପୁର:ଉତ୍ତରପ୍ରଦେଶ ସ୍ଥିତ ମଥୁରା ଠାରେ ଅନୁଷ୍ଠିତ ହୋଇଥିବା ଗେମସ୍ ଚମ୍ପିୟାନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଏସଏମଆଇଟିର ଛାତ୍ର କାଳୁଚରଣ ବେହେରା ଏବଂ ପୁରୁଷୋତ୍ତମପୁର ବ୍ଲକ ସମା ଗ୍ରାମର ବାଙ୍କବିହାରି ସ୍ୱାଇଁଙ୍କୁ ସେମାନେ ପହଞ୍ଚିବା ପରେ ବ୍ରହ୍ମପୁର ରେଲୱେ ଷ୍ଟେସନ୍ ଠାରେ ରେଲୱେ ପ୍ରୋଟେକ୍ସନ ଫୋର୍ସର ଏସଆଇ ଏନଏଲ୍ ସୋରେନ୍, ହେଡ କନଷ୍ଟେବଲ ଏସ କେ ମହାନ୍ତି, କନଷ୍ଟେବଲ କେବିବି ରେଡ୍ଡୀଙ୍କ ସମେତ ବହୁ ସମାଜସେବୀ ଓ ପଶୁପ୍ରେମୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ । ସୂଚନା ଅନୁଯାଇ, ଚଳିତବର୍ଷ ଜାନୁୟାରୀରେ ଗୋଆ ଠାରେ ଅନୁଷ୍ଠିତ ହୋଇଥିବା ଚମ୍ପୀୟନସିପ ସିନିୟର ବର୍ଗରେ ୧୦୦ ମିଟର ଦୌଡ ପ୍ରତଯୋଗୀତାରେ କାଳୁଚରଣ ବେହେରା ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ବାଙ୍କବିହାରି ସ୍ୱାଇଁ ୪ସହ ମିଟର ଦୈଡ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଦୁହେଁ ନିଜ ପିତାମାତାଙ୍କ ସ୍ୱପ୍ନ ଓ ଗଞ୍ଜାମ ମାଟିର ଗୌରବକୁ ସାକାର କରିବା ପାଇଁ ଦିନରାତି ଏକ କରି ପାଠପଢା ସାଙ୍ଗକୁ ଦୌଡ ଅଭ୍ୟାସ ଜାରି ରଖି ଉତ୍ତରପ୍ରଦେଶ ସ୍ଥିତ ମଥୁରା ଠାରେ ଚଳିତ ମାସ ୫ ରୁ ୮ ତାରିଖରେ ଅନୁଷ୍ଠିତ ହୋଇଥିବା ଗେମସ ଚମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସମ୍ବର୍ଦ୍ଧନା ଅବସରରେ ଅନ୍ୟମାନଙ୍କ ମଧ୍ୟରେ କୋଚ୍ କିରଣ କୁମାର ସେଠୀ, ସାମ୍ୱାଦିକ ସରୋଜ କୁମାର ପଟ୍ଟନାୟକ, ସୂର୍ଯ୍ୟନାରାୟଣ ବେହେରା, ପ୍ରକାଶ ଚନ୍ଦ୍ର ସାହୁ, ସମାଜସେବୀ ରମେଶ ଚନ୍ଦ୍ର ସାହୁ, ସୁବ୍ରତ କୁମାର ରଥ, ଶଙ୍କର୍ଷଣ ପାତ୍ର, ମିଥୁନ ବେହେରା, ଶିଶିର କୁମାର ବେହେରା, ସୁବେଦର୍ ଏସକେ ବେହେରା (ଆର୍ମି), ସରୋଜ ବେହେରା, ଗଣେଷ ବେହେରା, ସଙ୍ଗୀତ ଗୁରୁ ବଂଶୀଧର ପଣ୍ଡାଙ୍କ ସମେତ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଉପସ୍ଥିତ ଥିଲେ ।

ରିପୋର୍ଟ- ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା