ସ୍ଵର୍ଗତ ଶ୍ରୀକାନ୍ତ ନନ୍ଦଙ୍କ ଏକା ଦଶାହ କ୍ରିୟା ଉପଲକ୍ଷେ ସ୍ମୃତି ଚାରଣ ସଭା…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସ୍ଵର୍ଗତ ଶ୍ରୀକାନ୍ତ ନନ୍ଦଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ସ୍ମୃତି ଚାରଣ ସଭା ତାଙ୍କ ରାୟାଁ ରାମଚନ୍ଦ୍ରପୁର ବାସଭବନରେ ଯୁବନେତା ତଥା ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତିଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ଅତିଥି ଭାବେ ଜ୍ଞାନବିକାଶ ତାଲିମ ଶିଳ୍ପକେନ୍ଦ୍ରର ନିର୍ଦ୍ଦେଶକ ଲେଲିନ କୁମାର ପ୍ରଧାନ, ଜିଲ୍ଳା ପରିଷଦ ସଭ୍ୟା ଅନୁସୂୟା ପ୍ରଧାନ, ବରିଷ୍ଟ ଶିକ୍ଷକ ନେତା ଖଗେନ୍ଦ୍ର ନାଥ ସାହୁ ଓ ଶଶାଙ୍କ ଶେଖର ମହାନ୍ତି, ଅବସର ପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ପ୍ରଧାନ, ସମିତି ସଭ୍ୟା ସଞ୍ଜିତା ସେନାପତି, ସମାଜସେବୀ ପ୍ରବୀର କୁମାର ଦାସ, ବରିଷ୍ଠ ଆଇନଜୀବି କୁଞ୍ଜ ବିହାରୀ ଦାସ ଓ ବିନୋଦ କୁମାର ଗିରି, ବରିଷ୍ଠ ସମାଜସେବୀ ସୁରେନ୍ଦ୍ର ନାଥ ପାଳ, ନିର୍ମଳ ଚନ୍ଦ୍ର ଦାସ, ବିଶ୍ଵନାଥ ଦାସ ମହାପାତ୍ର, ସାମ୍ବାଦିକ ଭୂପତି ପରିଡ଼ା, ଯୁବ ସମାଜସେବୀ ସପନ କୁମାର ଦାସ, ବଡ଼ପୁତ୍ର ରବି ନାରାୟଣ ନନ୍ଦ, ସାନପୁତ୍ର ଦେବବ୍ରତ ନନ୍ଦ ପ୍ରମୁଖ ସ୍ଵର୍ଗତ ଶ୍ରୀକାନ୍ତ ନନ୍ଦଙ୍କ ସ୍ମୃତି ଚାରଣ କରିବା ସହିତ ସେ ଜଣେ ଦରଦୀ ପରୋପକାରୀ ସଚ୍ଚୋଟ ବ୍ୟକ୍ତି ଥାଇ ମଧ୍ୟ ଅଞ୍ଚଳର ଜଣେ ଭଲ ପଣ୍ଡିତ ଥିଲେ ବୋଲି ବକ୍ତାମାନେ ବକ୍ତବ୍ୟରେ କହିଥିଲେ । ତାଙ୍କର ବଡ଼ ପୁତ୍ର ରବି ନାରାୟଣ ନନ୍ଦ ଜଳେଶ୍ଵର ରେଜିଷ୍ଟ୍ରି କାର୍ଯ୍ୟାଳୟରେ ମହୁରିଅର ଭାବେ ପରିଚିତ ଥିବାବେଳେ ସାନପୁତ୍ର ଦେବବ୍ରତ ନନ୍ଦ ରାୟାଁରାମଚନ୍ଦ୍ରପୁର ଗ୍ରାମରେ ଗ୍ରାମ ମୁଖିଆ ଭାବେ ଅବସ୍ଥାପିତ ଅଛନ୍ତି । ଅତିଥିମାନେ ସ୍ଵର୍ଗତ ନନ୍ଦଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସ୍ୱାନ୍ତନା ଦେଇଥିଲେ । 

ରିପୋର୍ଟ : ଭୂପତି ପରିଡା