ସ୍ଥାୟୀ ନିଯୁକ୍ତି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କଲେ ଅସ୍ଥାୟୀ କର୍ମଚାରୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାନଗର ନିଗମରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି, ସରକାରଙ୍କ ବର୍ଦ୍ଧିତ ମଜୁରୀ ଓ ଭତ୍ତା ପ୍ରଦାନ କରିବା ଦାବି ନେଇ ଆଜି ମହାନଗର ନିଗମ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ସେମାନେ କହିବା କଥା ସେମାନେ ଦୀର୍ଘ ୩୦ ବର୍ଷ ହେଲା ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ସ୍ଥାୟୀ କର୍ମଚାରୀଙ୍କୁ କରୋନା ସମୟରେ ଘରେ ରହିଥିବା ସତ୍ତ୍ୱେ ସଂପୂର୍ଣ୍ଣ ଦରମା ପ୍ରଦାନ କରାଯାଉଥିଲା କିନ୍ତୁ ଜୀବନକୁ ବିପଦରେ ପକାଇ କରୋନା ସମୟରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଗଲା ନାହିଁ । କରୋନା ସମୟରେ କାର୍ଯ୍ୟ କରି ମଧ୍ୟ କିଛି କର୍ମଚାରୀ ମୃତ୍ୟୁବରଣ କରିଥିଲେ ମଧ୍ୟ ସରକାର ସେମାନଙ୍କ ପରିବାରକୁ କୌଣସି କ୍ଷତିପୂରଣ ଦେଲେ ନାହିଁ । ତେଣୁ ସେମାନଙ୍କୁ ତୁରନ୍ତ ସ୍ଥାୟୀ କରି ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉ । ଏହାସହ ବର୍ଦ୍ଧିତ ମଜୁରୀ ଏବଂ ଭତ୍ତା ତୁରନ୍ତ ପୈଠ କରିବାକୁ ନିମନ୍ତେ ସେମାନେ ନିବେଦନ କରିଛନ୍ତି । ବ୍ରହ୍ମପୁର ପୌର ନିଗମରେ କାମ କରୁଥିବା ପରିମଳ କର୍ମଚାରୀଙ୍କ ଉପରେ ନାହିଁ ନଥିବା ଅତ୍ୟାଚାର ହେଉଛି ଏବଂ ସେମାନେ ଅଶିକ୍ଷିତ ହେବାକୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ସେମାନେଙ୍କ ଦାବି ପୂରଣ କରିବାକୁ ପୌର ଅସ୍ଥାୟୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ଶୁଭେନ୍ଦୁ ସୁନ୍ଦର ନାୟକ ଦାବି କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା